ବଣେଇ, ୧୦/୧୨ (ସନ୍ଧାନ ନିୟୁଜ୍) ବଣେଇ ଉପଖଣ୍ଡ ଲହୁଣିପଡା ଥାନା ଜାତୀୟ ରାଜପଥ ୧୪୩ ଦରଜିଙ୍ଗ ଠାରେ ସ୍କୁଲରୁ ଫେରୁଥିବା ଷଷ୍ଠ ଶ୍ରେଣୀ ଛାତ୍ର ଉପରେ ଏକ ୧୦ ଚକିଆ ଟ୍ରକ ଚଢିଯାଇଥିବା ସୂଚନାମିଳିଛି। ଟ୍ରକଟି ଚଢି ଯିବାରୁ ଘଟଣା ସ୍ଥଳରେ ଛାତ୍ରଟିର ମୃତ୍ୟୁ ଘଟିଛି । ଏହି ଘଟଣାପରେ ଉତ୍ୟକ୍ତ ଲୋକ ରାସ୍ତା ରୋକ କରିବା ସହ ଟ୍ରକଟିର ଚାଳକକୁ ନିଦ୍ଧୁମ ମାଡ ମାରିଛନ୍ତି। ଉତ୍ୟକ୍ତ ଲୋକଙ୍କ ମାଡରେ ଚାଳକ ଗୁରୁତର ହୋଇଛି । ମୃତକ ଛାତ୍ରକୁ କ୍ଷତି ପୂରଣ ଦାବୀ କରି ଅଂଚଳ ବାସୀଙ୍କ ରାସ୍ତା ରୋକ କରିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି।//Report-Prasanta Samal
ସ୍କୁଲରୁ ଫେରୁଥିବା ବେଳେ ଚଢିଗଲା ଟ୍ରକ, ଷଷ୍ଠ ଶ୍ରେଣୀ ଛାତ୍ର ମୃତ
|
December 10, 2019 |



