ପିପିଲି, ୧୩.୦୧.୨୦୨୧(ସନ୍ଧାନ ନିଉଜ୍):- ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ କମଳାସାଗର ପାଟଣା ଗ୍ରାମର ଦୁଇ ସ୍କୁଲ ଛାତ୍ର ନିଖୋଜ । ଏ ନେଇ ପରିବାର ପକ୍ଷରୁ ସୋମବାର ସନ୍ଧ୍ୟାରେ ପିପିଲି ଥାନାରେ ଅଭିଯୋଗ ହୋଇଛି । ପୋଲିସ ଉଭୟଙ୍କୁ ଖୋଜାଖୋଜି କରୁଛି । ସୂଚନାଯୋଗ୍ୟ ଯେ, ଛାତ୍ର ଦୁଇ ଜଣ ସୋମବାର ସକାଳ ୭ଟା ୩୦ମିନିଟ୍ ରେ ଘରୁ ସାଇକେଲରେ ସ୍କୁଲକୁ ବହି ଆଣିବା ପାଇଁ ଯାଇଥିଲେ । ହେଲେ ସେମାନେ ଆଉ ଫେରିନଥିଲେ । ଦୁଇ ଜଣ ଛାତ୍ର ହେଲେ ସେହି ଗାଁର ପବିତ୍ର ଦାସଙ୍କ ୧୪ ବର୍ଷର ପୁଅ ନିରଞ୍ଜନ ଦାସ ଏବଂ କେଦାର ବେହେରାଙ୍କ ୧୩ ବର୍ଷର ପୁଅ ସୂର୍ଯ୍ୟକାନ୍ତ ବେହେରା । ନିରଞ୍ଜନ ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସୂର୍ଯ୍ୟକାନ୍ତ ନବମ ଶ୍ରେଣୀରେ ପଢୁଛନ୍ତି ।
ସ୍କୁଲକୁ ବହି ଆଣିବାକୁ ଯାଇ ନିଖୋଜ ହେଲେ ୨ ଛାତ୍ର
|
January 13, 2021 |
