ସୋରଡ଼ାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ଜଣେ ଗିରଫ

Spread the love

ଭଞ୍ଜନଗର, ୧ ୮/୪ (ସନ୍ଧାନ ନିୟୁଜ) : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଲାଠିପଡ଼ା ପଞ୍ଚାୟତ କଦଳୀଝୋଳା ଗ୍ରାମରେ ରାଜନୈତିକ ହିଂସା ଘଟିବା ଫଳରେ ବିଜେପି ନେତାଙ୍କର ପ୍ରାଣହାନି ଘଟିଥିଲା। ଏହି ଘଟଣାରେ ପୁଲିସ୍ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଅଭିଯୁକ୍ତର ନାଆଁ ହେଲା କୁମର ନାୟକ। ବିଜେପି ପକ୍ଷରୁ କୁହାଯାଇଛି ଯେ କୁମର ଜଣେ ବିଜେଡି ନେତା। କିନ୍ତୁ ପୁଲିସ ଏ ସଂପର୍କରେ କିଛି କହୁନାହିଁ। ପୁଲିସ୍ ଏହି ହତ୍ୟା ଘଟଣାରେ ଜଡ଼ିତ ଅନ୍ୟ ତିନିଜଣଙ୍କୁ ଖୋଜୁଥିବା ଜଣାଯାଇଛି।

ଗତକାଲି ରାତି ପ୍ରାୟ ସାଢେ ୮ଟା ବେଳେ ଜଣେ ବିଜେପି ନେତାଙ୍କୁ ଘରେ ପଶି ରଡ଼୍ ଓ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ପୋଷ୍ଟର ଚିରାକୁ ନେଇ ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ମାମଲା ନୂଆ ମୋଡ଼ ନେଇଥିଲା ଯେତେବେଳେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିଲା।

Related Posts

About The Author

Add Comment