ଚାନ୍ଦବାଲି ୨୭/୩/୨୬ (ସନ୍ଧାନ ନ୍ୟୁଜ ) ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମହୁଲିଆ ପଞ୍ଚାୟତ ରେ ଥିବା ସୋରିଷ ଫୁଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାର ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ ମହା ଆଡମ୍ବରରେ ସମାହିତ ହୋଇ ଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଚାନ୍ଦବାଲି ଏ ବି ଓ ଶ୍ରୀମତୀ ଅନିତା ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ଆହ୍ବାନ ଦେଇ ଥିଲେ। ମୂଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ରଣା ଚଳିତ ବର୍ଷ ଠାରୁ ପିଲା ମାନଙ୍କୁ କଳା, ସଂସ୍କୃତି, ଓ ସଂସ୍କାର ସଂପର୍କ ରେ ଜ୍ଞାନ ଦେବାକୁ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉମେଶ ଚନ୍ଦ୍ର ସାହୁ, ଶାନ୍ତିଲତା ସେଠୀ, ପ୍ରେମାରାଣି ମୁଦୁଲି, ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଯୋଗ ଦେଲେ ଉତ୍ସଵ କୁ ସଫଳ କରିଥଲେ। ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରି ଥିଲେ। ଅତିଥି ମାନେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରି ଥିଲେ। ସଭା ଶେଷ ରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବାସନ୍ତୀ ଲତା ସେଠୀ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ସୋରିଷ ଫୁଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ।
|
March 27, 2026 |



