ସୋରଣ ଗ୍ରାମରେ ଆର.ଏସ.ଏସ. ଆନୁକୂଲ୍ୟରେ ସ୍ବେଛାକୃତ ରକ୍ତଦାନ ଶିବିର

Spread the love

ବାଣପୁର; ୧୩/୦୬ (ସନ୍ଧାନ ନିଉଜ) ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆର.ଏସ.ଏସ) ଏବଂ ଦି ବ୍ଲଡ଼ ଡୋନର୍ସ, ଓଡ଼ିଶା ର ମିଳିତ ଆନୁକୂଲ୍ୟରେ ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳି କେନ୍ଦ୍ର ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିର କୁ କୁହୁଡି ଫାଣ୍ଡି ଅଧିକାରୀ ଶ୍ରୀ ନିରଞ୍ଜନ ରାଉତ ଶ୍ରୀ ଜଗନ୍ନାଥ ଓ ଭାରତମାତା ଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପ ଦେଇ ଉଦଘାଟନ କରିଥିଲେ l କରୋନା ଗାଇଡ଼ଲାଇନ ଅନୁଯାୟୀ ଉକ୍ତ ଶିବିର ରେ ସାମାଜିକ ଦୂରତ୍ୱ ରକ୍ଷା , ମାସ୍କ ପିନ୍ଧିବା ଏବଂ ସାନିଟାଇଜେସନ ର ବ୍ୟବସ୍ଥା କରାଯାଇଥିଲା l ଉକ୍ତ ଶିବିରରେ ପାଖାପାଖି 50 ରୁ ଅଧିକ ସ୍ବେଛାସେବୀ ରକ୍ତଦାନ ପାଇଁ ଆସିଥିବା ବେଳେ ସରକାର ଙ୍କ କୋଭିଡ଼ ନିୟମ ଅନୁଯାୟୀ କେବଳ 32 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କ ତରଫରୁ ଡା : ସୌରଭ ରଞ୍ଜନ ସାହୁ, ଅରୁଣ କୁମାର ସାହୁ, ଵିଚିସ୍ମିତା ପୁହାନ, ଅମିତା ନାୟକ ଓ ରଶ୍ମିରଂଜନ ମହାରଣା ଆଦି ରକ୍ତ ସଂଗ୍ରହ କରିଥିଲେ l ଉକ୍ତ ସମ୍ପୂର୍ଣ ଶିବିର କୁ ଆର.ଏସ.ଏସ. ଖୋର୍ଦ୍ଧା ଜିଲ୍ଲା ଗ୍ରାମ ବିକାଶ ପ୍ରମୁଖ ସନ୍ତୋଷ କୁମାର ସାହୁ, ଚିଲିକା ଖଣ୍ଡ କୋଭିଡ଼ 19 ସେବା ପ୍ରମୁଖ ସୁକାନ୍ତ ବେହେରା ଓ ଦି ବ୍ଲଡ଼ ଡୋନର୍ସ,ଓଡ଼ିଶା ସଭାପତି ରଞ୍ଜନ କୁମାର ମହାପାତ୍ର ପରିଚାଳନା କରିଥିବାବେଳେ ଜମ୍ବେଶ୍ୱର ଯୁଝିଆରସିଂ ଓ ସୋରଣ ର ସମସ୍ତ ସ୍ୱୟଂସେବକ ଭାଇମାନେ ସହଯୋଗ କରିଥିଲେ l

ଖୋର୍ଦ୍ଧା ଜିଲ୍ଲା ବାଣପୁର ରୁ
ପ୍ରଦୀପ କୁମାର ସ୍ୱାଇଁ ଙ୍କ ରିପୋର୍ଟ ସନ୍ଧାନ ନ୍ୟୁଜ

Related Posts

About The Author

Add Comment