ସୋମବାରରୁ ଗଞ୍ଜାମ ଜିଲ୍ଲାରେ କଟକଣା କୋହଳ ହେବ
ସୋମବାରରୁ ଗଞ୍ଜାମ ଜିଲ୍ଲାରେ କଟକଣା କୋହଳ ହେବ
Sandhan News |
April 20, 2020 |
ଭୁବନେଶ୍ଵର, ୨୦/୦୪/୨୦ (ସନ୍ଧାନ ନିଉଜ) : ଆସନ୍ତାକାଲିଠାରୁ ଗଞ୍ଜାମ ଜିଲ୍ଲାରେ ଲକ୍ଡାଉନ୍ କଟକଣା କୋହଳ ହେବ। ଅତ୍ୟାବଶ୍ୟକ ସେବା ପାଇଁ ନିୟୋଜିତ ଗାଡ଼ିକୁ ଚଳାଚଳ ପାଇଁ ମିଳିବ ଅନୁମତି। ବାଇକ୍ରେ ଜଣେ ଓ କାରରେ ୨ଜଣ ଯାଇପାରିବେ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ସେ କହିଛନ୍ତି ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ ଗୁଡ଼ିକରେ ସାମାଜିକ ଦୂରତ୍ୱ ପାଳନ ହେଉଛି କି ନାହିଁ ତାହାର ଯାଞ୍ଚ ହେବ। ଏଥିପାଇଁ ଜିଲ୍ଲାରେ ସୋଶାଲ ଡିସ୍ଟାନ୍ସିଂ ମନିଟରିଂ ସ୍କ୍ୱାଡ ଗଠନ କରାଯାଇଛି।ସେହିପରି ମନ୍ଦିର, ମସଜିଦ ଓ ଚର୍ଚ୍ଚ ବନ୍ଦ ରହିବ। ବାହାଘର ଭଳି ସାମାଜିକ ଉତ୍ସବ ଉପରେ କଟକଣା ରହିବ। ଶବ ସତ୍କାର କାର୍ଯ୍ୟରେ ୨୦ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳିବ ନାହିଁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେବ। ସାମାଜିକ ଦୂରତା ରଖି ଶ୍ରମିକମାନେ କାମ କରିବେ।
Related Posts
About The Author