ସୈନିକ ସ୍କୁଲରେ ବାଳିକାଙ୍କ ନାମ ଲେଖା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁମତି

Spread the love

ଭୁବନେଶ୍ୱର ୧୯/୧୦ (ସନ୍ଧାନ ନିଉଜ):ସୈନିକ ସ୍କୁଲରେ ବାଳିକାଙ୍କ ନାମ ଲେଖା ପାଇଁ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଅନୁମୋଦନ କରିଛନ୍ତି । ୨୦୨୧-୨୨ ଶିକ୍ଷା ବର୍ଷ ଠାରୁ ଏହି ପ୍ରସ୍ତାବ ପର୍ୟ୍ୟାୟକ୍ରମେ କାର୍ୟ୍ୟକାରୀ ହେବ । ଦୁଇ ବର୍ଷ ପୂର୍ବେ ମିଜୋରାମର ଛିଙ୍ଗଛିପ ସୈନିକ ସ୍କୁଲ୍ରେ ବାଳିକାଙ୍କ ନାମ ଲେଖା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଏହି ପ୍ରକଳ୍ପର ସଫଳତା ପରେ ଦେଶର ଅନ୍ୟ ସମସ୍ତ ସୈନିକ ସ୍କୁଲରେ ବାଳିକାଙ୍କ ପାଠପଢ଼ା ପାଇଁ ଅନୁମତି ମିଳିଛି । ଏହି ନିର୍ଦ୍ଦେଶନାମାର ପ୍ରଭାବୀ କାର୍ୟ୍ୟକାରିତା ଲାଗି ସୈନିକ ସ୍କୁଲ୍ଗୁଡ଼ିକରେ ଆବଶ୍ୟକ ଭିତିଭୂମି ଏବଂ ଯଥେଷ୍ଟ ସଂଖ୍ୟାରେ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ କର୍ତୃପକ୍ଷଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଲିଙ୍ଗଗତ ସମାନତା, ସଶସ୍ତ୍ର ସେନାରେ ଅଧିକ ସଂଖ୍ୟକ ମହିଳାଙ୍କୁ ସାମିଲ କରିବା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନକୁ ସାକାର କରିବା ପାଇଁ ଏହି ନିଷ୍ପତି ନିଆଯାଇଛି ।

Related Posts

About The Author

Add Comment