ସୈନିକର ଆଖିବୁଜା ଗୁଳିଚାଳନା ଯୋଗୁ୧୭ ମୃତ

Spread the love

ଥାଇଲ୍ୟାଣ୍ଡ, ୦୯/୦୨/୨୦ (ସନ୍ଧାନ ନିଉଜ) : ଥାଇଲ୍ୟାଣ୍ଡର କୋରାତ ସହରରେ ଶନିବାରଦିନ ଜଣେ ସୈନିକ ସାଧାରଣ ଲୋକମାନଙ୍କ ଉପରେ ଗୁଳିବର୍ଷା କରିଛି। ଜାକରାପନ୍ଥ ନାମକ ଏହି ବ୍ୟକ୍ତି ଏପର୍ଯ୍ୟନ୍ତ ପ୍ରାୟ ୧୭ ଜଣ ଲୋକଙ୍କର ଜୀବନ ନେଇସାରିଲାଣି ସପିଂ ମଲରେ ୨୦ ରୁ ଅଧିକ ଲୋକଙ୍କୁ ବନ୍ଧକ ବନାଇରଖିଛି। ଥାଇଲ୍ୟାଣ୍ଡ ହେଲ୍ଥ ଅଥୋରିଟି ମୁତାବକ ଏହି ଆକ୍ରମଣରେ ମୃତକଙ୍କର ସଂଖ୍ୟା ବୃଦ୍ଧିପାଇ ୧୭ ହୋଇଛି।

ବନ୍ଧୁକଧାରୀ ଏହି ବ୍ୟକ୍ତି ସମ୍ପୂର୍ଣ୍ଣ ଘଟଣାକୁ ସୋସିଆଲ ମିଡିଆରେ ମଧ୍ୟ ଲାଇଭ କରିଛି। ଏହି ଯବାନ ସେନାର ଏକ ଗାଡ଼ିରେ ଯାତ୍ରାକରି ଲୋକମାନଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲା। ତା’ ପରେ ସେ କୋରାତ ସପିଂ ମଲର ଟର୍ମିନାଲ ୨୧ ରେ ଲୁଚିଯାଇଥିଲା ଏବଂ ସେଠାରେ ଥିବା ଲୋକମାନଙ୍କୁ ବନ୍ଧକ ବନାଇଇଥିଲା।

ଏହି ସୈନ୍ୟ ପ୍ରଥମେ ସୈନ୍ୟବେସରେ ନିଜର କମାଣ୍ଡର ଏବଂ ଦୁଇ ଅନ୍ୟ ଯବାନଙ୍କୁ ମାରିଥିଲା। ସେ ଫେସବୁକରେ ନିଜର ଏକ ପୋଷ୍ଟରେ ଲେଖିଛି କି ତାକୁ ପ୍ରତିଶୋଧ ନେବାର ଥିଲା। ଏହା ମଧ୍ୟ କୁହାଯାଉଛି କି ସେ ନିଜର ଘରେ ମଧ୍ୟ କିଛି ଲୋକମାନଙ୍କୁ ଗୁଳି ମାରିଛି, ଯେଉଁଥିରେ ଦୁଇଜଣ ଲୋକଙ୍କର ମୃତ୍ୟୁ ହୋଇଛି।

Related Posts

About The Author

Add Comment