ସୈନିକଙ୍କ ହିତ ଭୁଲିଗଲେ ସରକାର; ସହିଦଙ୍କ ପରିବାରକୁ ମୁଳୁନି ସହାୟତା

Spread the love

ବାରିପଦା-୯.୭.୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ଦେଶର ସୁରକ୍ଷା ପାଇଁ ସର୍ବସ୍ୱ ତ୍ୟାଗ କରୁଥିଲେ ମଧ୍ୟ ସୈନିକମାନଙ୍କର ହିତ କେହି ଚାହୁଁନାହାନ୍ତି । ସୈନିକମାନଙ୍କ ସମସ୍ୟା ବୁଝିବା ପାଇଁ ପୂର୍ବରୁ ଜିଲ୍ଲା ସୈନିକ ବୋର୍ଡ, ସେଲର,ଏୟାରମ୍ୟାନ ବୋର୍ଡ (ଡିଏମଏସଏ ବୋର୍ଡ) ଜିଲ୍ଲାପାଳଙ୍କ ଅଧିନରେ କାର୍ଯ୍ୟ କରୁଥିଲା । ଏହି ବୋର୍ଡ ଜରିଅରେ କାର୍ଯ୍ୟତର ସୈନିକ,ଅବସରପ୍ରାପ୍ତ ସୈନିକ , ଯୁଦ୍ଧରେ ସହିଦ୍ ଓ ଆହାତ ସେନା କର୍ମଚାରୀତଥା ସେମାନଙ୍କ ପରିବାରଙ୍କୁ ମିଳୁଥିଲା ସରକାରୀ ସହାୟତା । ଖାଲି ସେତିକି ନୁହେଁ, ଅବସରପ୍ରାପ୍ତ ସୈନିକଙ୍କ ପରିଚୟପତ୍ର,ସୈନିକଙ୍କ ଉପରେ ନିର୍ଭରଶୀଳ ପରିବାର ସଦସ୍ୟଙ୍କ ପ୍ରାମାଣପତ୍ର, ପରିଚୟପତ୍ର, ସୈନିକମାନଙ୍କର ପୂନବାସ ,ଥଇଥାନ ଅଦି କାର୍ଯ୍ୟ ଏହି ବୋଡ ର୍ଜରିଆରେ ହେଉଥିଲା । ୧୯୯୮ ମସିହାରୁ ଏହି ବ୍ୟବସ୍ଥା ଉଚ୍ଛେଦ ହେବାପରେ କେନ୍ଦ୍ରୀୟ ସୈନିକ ବୋର୍ଡ ଅଧିନରେ ରାଜ୍ୟ ସୈନିକ ବୋର୍ଡ ଗଠନ ପାଇଁ ସରକାରଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ରାଜ୍ୟ ସୈନିକ ବୋର୍ଡର ସମ୍ପାଦକ ଓ ଅନ୍ୟାନ୍ୟ କର୍ମଚାରିଙ୍କ ନିଯୁକ୍ତି ରାଜ୍ୟ ସରକାର କାରିବା କଥା । ଅନୁରୂପ ଭାବେ ରାଜ୍ୟ ସୈନିକ ବୋର୍ଡ ଅଧିନରେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ସୈନିକ ବୋର୍ଡ ଗଠନ ହେବାକଥା । ଜିଲ୍ଲାସ୍ତରୀୟ ସୈନିକ ବୋର୍ଡ ପାଇଁ ହିତାଧିକାରୀଙ୍କ ସଂଖ୍ୟା ୭୫୦୦ ହେବା ଆବଶ୍ୟକ ବୋଲି ସରକାର ସର୍ତ ମଧ୍ୟ ରଖିଥିଲେ । କିନ୍ତୁ ପରିତାପର ବିଷୟ ହେଉଛି , ରାଜ୍ୟ ସରକାର ଅନୁଦାନରେ ଚାଲିବାକୁ ଥିବା ଏହି ସୈନିକ ବୋର୍ଡ ଏ ପର୍ଯ୍ୟନ୍ତ ଆଦିବାସୀ ଅଧୁ୍ୟଷିତ ମୟୁରଭଞ୍ଜ ଜିଲ୍ଲାରେ ଗଠନ ହୋଇ ପାରିନାହିଁ । ଯଦିଓ ଜିଲ୍ଲା ସୈନିକ ବୋର୍ଡ ନିମନ୍ତେ ହିତାଧିକାରୀ ସଂଖ୍ୟା ୧୨୦୦୦ ଛୁଇଛି ।
ପ୍ରôଥମେ ମୟୁରଭଞ୍ଜ ଜିଲ୍ଲାରେ ଆବଶ୍ୟକ ହିତାଧିକାରୀ ନାହାନ୍ତି ଦର୍ଶାଇ ଏଠାକାର ସୈନିକ ଓ ତାଙ୍କ ପରିବାରଙ୍କୁ ବାଲେଶ୍ୱର ଜିଲ୍ଲା ସୈନିକ ବୋର୍ଡରେ ସାମିଲ କରାଯାଇଥିଲା । ଏବେ ବାଲେଶ୍ୱର ଜିଲ୍ଲା ସୈନିକ ବୋର୍ଡ ମଧ୍ୟ ଉପଯୁକ୍ତ ସେବା ଯୋଗାଇ ପାରୁନାହିଁ । ୨୦୧୩ରେ ମୟୁରଭଞ୍ଜରେ ଅନସରପ୍ରାପ୍ତ ସୈନିକ ଲିଗ ଗଠନ ହେବା ପରେ ଏହାର ସଭାପତି କର୍ଣ୍ଣେଲ ଡ.ଅଶୋକ କୁମାର ଦାସ ଓ ସାଧାରଣ ସମ୍ପାଦକ ଜୁନିଅର ୱାରେଣ୍ଟ ଅଫିସର ଅଶୋକ କୁମାର ଦଳ ବେହେରା ମୟୁରଭଞ୍ଜରେ ଜିଲ୍ଲା ସୈନିକ ବୋର୍ଡ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ଦେଇଥିଲେ । ଖାଲି ସେତିକି ନୁହେଁ, ଜିଲ୍ଲା ମନ୍ତ୍ରୀ ସୁଦାମ ମାରାଣ୍ଡି, ତକôାଳୀନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି,ପୂର୍ବତନ ଲୋକସଭା ସଂସଦ ରାମଚନ୍ଦ୍ର ହାଁସଦା ଓ ରାଜ୍ୟସଭା ସଂସଦ ସରୋଜିନୀ ହେମ୍ବ୍ରମଙ୍କର ଏ ନେଇ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଥିଲା । ହେଲେ ସୈନିକ ଓ ସେମାନଙ୍କ ପରିବାର ପାଇଁ କେହି କେବେ ଚିନ୍ତା କରିନାହାନ୍ତି । ୨୦୨୦ର ଅବସରପ୍ରାପ୍ତ ସୈନିକ ଲିଗର ସାଧାରଣ ସଂପାଦକ ଶ୍ରୀ ଦଳବେହେରା ଏ ପ୍ରସଙ୍ଗରେ ପୁଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ଅତିରିକ୍ତ ଶାସନ ସଚିବଙ୍କୁ ଚିଠି ଲେଖା ଯାଇଥିଲା । ହେଲେ ଦୀର୍ଘ ତିନିବର୍ଷ ପରେବି ବୋର୍ଡ ଗଠନ ନେଇ କୈଣସି ପ୍ରକ୍ରିୟା ଆରମ୍ଭ ହୋଇ ପାରିନାହିଁ । ପଡୋଶୀ କେନ୍ଦୁଝର ଜିଲ୍ଲାରେ ସୈନିକ ଓ ସେମାନଙ୍କ ପରିବାର ମିଶାଇ ୪୦୦୦ ହିତାଧିକାରୀ ଥିବାବେଳେ ସେଠାରେ ଜିଲ୍ଲା ସୈନିକ ବୋର୍ଡ ଗଠନ ହୋଇସାରିଛି । ଅଥଚ ଗଲଓ୍ବାନ ଘାଟିରେ ସହିଦ ମୟୁରଭଞ୍ଜର ଗର୍ବ ଓ ଗୈରବ ନାଏବ ସୁବେଦାର ନନ୍ଦୁରାମ ସୋରେନଙ୍କ ମରଦେହ ତାଙ୍କ ଜନ୍ମ ମାଟିକୁ ଯେତେବେଳେ ଆସିଲା,ସେଠାରେ ସବୁ ଦଳର ତୁଙ୍ଗନେତା ଶସ୍ତା ରାଜନୈତିକ ଫାଇଦା ପାଇଁ ଉପସ୍ଥିତ ହେଲେ କିନ୍ତୁ ସହିଦଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଆବଶ୍ୟକ ପଡୁଥିବା ପ୍ରାମାଣପତ୍ର,ପରିଚୟପତ୍ର କେଉଁଠୁ ମକ୍ଟମକ୍ଟବ , ସେ ଦସ୍ତାବିଜ୍ କାହା ଜରିଆରେ ସରକାରଙ୍କ ପାଖକୁ ପଠାଯିବ ସେ ବାବଦରେ ସହିଦଙ୍କ ଧର୍ମପତ୍ନୀଙ୍କୁ କେହି ହେଲେ ପଚାରି ନାହାନ୍ତି । ସୈନିକ ଓ ତାଙ୍କ ପରିବାରମାନଙ୍କ ପ୍ରତି ମୟୁରଭଞ୍ଜର ରାଜନେତାମାନଙ୍କର ଉହା ଆନ୍ତରିକତା ନା ରାଜନୈତିକ ଉଦେ୍ର୍ଦଶ୍ୟ ପ୍ରଣୋଦିତ ସମବେଦନା ତାହା ପ୍ରଣିଧାନଯୋଗ୍ୟ ।

Related Posts

About The Author

Add Comment