ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଗ୍ନିକାଣ୍ଡ

Spread the love

ବାରିପଦା, 22.01.2021(ସନ୍ଧାନ ନିଉଜ୍) : ପୁନେର ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟି ଜୀବନ ହାନୀ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘଟଣାରେ ଶୋକ ପ୍ରକାଶ କରିବା ସହ ମୋଦୀ ଲେଖିଛନ୍ତି, ‘ଦୁର୍ଭାଗ୍ୟପୂର୍ଣ୍ଣ ସେରମ ଇନଷ୍ଟିଚ୍ୟଟ୍‌ ଅଗ୍ନିକାଣ୍ଡ ଘଟଣା ପାଇଁ ମୁଁ ଦୁଃଖିତ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରୁଛି।ଅନ୍ୟପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ୍‌ରରେ ନବୀନ ପଟ୍ଟନୟକ ଲେଖିଛନ୍ତି, ‘ସେରମ ଇନ୍‌ଷ୍ଟିଚ୍ୟୁ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ମର୍ମାହତ। ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି। ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରୁଛି।ପୁନେର ମଞ୍ଜରୀ ସ୍ଥିତି ବିଶ୍ବର ସବୁଠୁ ବଡ଼ ଟିକା ନିର୍ମାଣ କମ୍ପାନୀ ସେରମ୍ ଇନ୍‌ଷ୍ଟିଚ୍ୟୁଟର ନୂତନ ପ୍ଲାଣ୍ଟରେ ଗୁରୁବାର ଅପରାହ୍ଣରେ ନିଆଁ ଲାଗିଯାଇଥିଲା। ଦୀର୍ଘ ସମୟ ଧରି ଦମକଳବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହି ପ୍ଲାଣ୍ଟରେ କିଛି ଦିନ ମଧ୍ୟରେ କରୋନା ଟିକା କୋଭିସିଲ୍ଡ ପ୍ରସ୍ତୁତି ଆରମ୍ଭ ହୋଇଥାନ୍ତା। ଏହି ଭୀଷଣ ଅଗ୍ନିକାଣ୍ଡରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ସେପଟେ ଅଗ୍ନିକାଣ୍ଡ ମାମଲାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତଦନ୍ତ ନିର୍ଦେଶ ଦେଇଛନ୍ତି ।

Related Posts

About The Author

Add Comment