ସେ ଦିନ ବି ଥିଲେ ଶାସକ ଥିଲେବି ପ୍ରଶାସକ। ଲୋହର୍ଷଣକାରୀ ଧର୍ଷଣ ର ଶିକାର ହେଇ ଆରପାରିକୁ ଚାଲିଗଲେ ଛବି ରାଣୀ।
ଆଜିବି ବିଲୁଆ ଖାଇ ନଦୀ ପଠାରେ ଛବିରାଣୀ ର ଅର୍ଦ୍ଧ୍ ଦଗ୍ଧ ଆତ୍ମା ବାହୁନି ବାହୁନି କାନ୍ଦେ।ଭୁଲି ହୁଏନି ସେ ହୃଦୟ ବିଦାରକ ଘଟଣା। କାଳ ର କରାଳ ଗର୍ଭ ରେ ଲିନ ହୋଇଗଲେ ଧର୍ମଶାଳା ର ସ୍ମିତା ରାଣୀ ।କିନ୍ତୁ କାହିଁକି ମଲେ କେମିତି ମଲେ ତାହା ଏବେବି ଅପୋଷ୍ଟ ଏବଂ ସନ୍ଦେହ ଘେରରେ।ଦୁଃଖ ଲାଗେ ଯେ ପୁରୁଷ କୋଇନ୍ଦ୍ରିକ ସମାଜରେ ନାରୀ ଟିଏ ମରିଗଲା ପରେ ବି ଅମଣିଷ ମାନଙ୍କ ବିଚାର ଧାରାରେ ତାର ଚରିତ୍ର ସଂହାର କରିବାକୁ ବି ତିଳେ ହେଲେ କୁଣ୍ଠାବୋଧ କରିବାକୁ ପଛାଇ ନ ଥାଆନ୍ତି କିଛି ହିନ ଚିନ୍ତା ଧାରା ର ବ୍ୟକ୍ତିବିଶେଷ।ଯେଉଁଠି ସତୀ ସୀତା ମା ଙ୍କୁ ବି ଲୋକେ ଖରାପ ସ୍ତ୍ରୀ ରାବଣ ସହିତ ସୋଇଥିଲା ବୋଲି କହିବାକୁ ବି ଲଜ୍ଜିତ ହୁଅନ୍ତି ନାହିଁ ସେଇଠି କୁନ୍ଦୁ ଲି,ଇତିଶ୍ରୀ,ସ୍ମିତା ରାଣୀ ପରି ନାରୀ ମାନେ ବି ବାଦ୍ ବା ପଡନ୍ତେ କେମିତି। ସେମାନ ଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛନ୍ଦି ଦିଆଯାଏ ପ୍ରେମ ପର ପ୍ରିୟା ପ୍ରୀତି ରେ।କିଏ ଦେଲା ଚରିତ୍ର ସଂହାର କରିବାର ଏ ନୈତିକ ଅଧିକାର ଯାହା ଆଇନ୍ ଗତ ସମ୍ପୂର୍ଣ ବିରୋଧୀ।ଆଇନ୍ ଏଇଠି ସେଇମାନେ ତିଆରି କରନ୍ତି ସେଇମାନେ ଭାଙ୍ଗନ୍ତି ଏବଂ ସେଇ ମାନେ ହିଁ ନିଜକୁ ସୁହାଇଲା ପରି ଧଳା କୁ କଳା ବଦଳାଇ ଦିଅନ୍ତି।ଆଇନ୍ ଯଦି ମୁଷ୍ଟିମେୟ ଙ୍କ ପାଇଁ ଗୋଟିଏ ଏବଂ ସାଧାରଣ ଜନତା ପାଇଁ ଆଉ ଗୋଟିଏ ତେବେ ଆଇନ୍ ର ବ୍ୟବସ୍ଥା ଥାଇ ଲାଭ କଣ। ଛବି ରାଣୀ ଙ୍କ ର ଘଟଣା ଙ୍କୁ ପର୍ଯ୍ୟାଲଚୋନା କଲେ ସେବେର ର ଶାସକ ଏବେର ବିରୋଧୀ ଏବଂ ଏବେର ଶାସକ ସେ ବେର ବିରୋଧୀ ଆଜି ର ରାଜନୀତି ରେ।ଜାତିଧର୍ମ ଦଳ ନିର୍ବିଶେଷରେ ସ୍ମିତା କଣ ଆମ ସମାଜର ଜଣେ ନାରୀ ନ ଥିଲେକି ତେବେ କାହିଁକି ଆମେ ଅନ୍ୟ ଘର ର ବୋହୁଟେ ଭାବି ଚୁପ୍ ବସି ଯାଉଛୁ।କାଲି ଯଦି ଆମ ମାନଙ୍କ ପରିବାର ରେ ଏମିତି କାହା ସହ ବି ଘଟିଲା ଆମେ କଣ ସବୁ ଚୁପ୍ ହେଇ ବସିଥିବୁ।ଆମେ ତ ସେତେବେଳେ ଚେତୁ ଯେତେବେଳେ ଆମ ଘର ର ନାରୀ ଟି ଉପରେ ଅମାନବୀୟ ବିଚାର ହୁଏ।ଏଇମିତି କଣ ନାରୀ ମାନ ଙ୍କୁ ଯୁଗ ଯୁଗ ଧରି ମୃତ୍ୟୁ ପରେବି ଚରିତ୍ର ସଂହାର କରା ଯାଉଥିବ ଯାହା ଆଜି ସ୍ମିତା ରାଣୀ ଙ୍କ ସହ ଘଟୁଛି ମୃତ୍ୟୁ ପରେବି।ଉତ୍ତର ତ ଆପଣ ମାନଙ୍କ ହାତରେ।ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ରେ ଆମ ସମସ୍ତେ ସ୍ଵର ଉତ୍ତୋଳନ କରିବା ଉଚିତ୍ ସ୍ମିତା ରାଣୀ ଙ୍କ ନ୍ୟାୟ ପାଇଁ ହିନ ରାଜନୀତି କରଣ ରୁ ଦୂରେଇ।
by Babu



