ସେବା ସମବାୟ ସମିତିରେ ଦୁର୍ନୀତି ଅଭିଯୋଗ: ଜିଲାପାଳଙ୍କଙ୍କୁ ଅଭିଯୋଗ କଲେ ସମୂହ ଚାଷୀ

Spread the love

ଭଦ୍ରକ,୧୭/୧୦ (ସନ୍ଧାନ ନିୟୁଜ)- ଚୂଡ଼ାକୁଟି ସେବା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ କରାଯାଇଛି। ଏହି ସମବାୟ ସମିତି ଅଧୀନ ଚୂଡ଼ାକୁଟି, ଦଇପୁର ଓ କଲ୍ୟାଣୀର ଚାଷୀ ବୁଧବାର ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିକଟରେ ଫେରାଦ ହୋଇ ତଦନ୍ତ ଦାବି କରିଛନ୍ତି। ଚାଷୀମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଏହି ସମବାୟ ସମିତିରେ ଧାନ କିଣାଠୁ ଆରମ୍ଭ କରି ରବି ଓ ଖରିଫ୍‌ ଋଣରେ ଲକ୍ଷ ଲକ୍ଷ ଟଙ୍କା ଆମତ୍ସାତ୍‌ ହୋଇଛି। ସମବାୟ ସମିତିର ସମ୍ପାଦକ ଏଥିରେ ସମ୍ପୃକ୍ତ ଅଛନ୍ତି। ସେ ନିର୍ଦ୍ଦିଷ୍ଟ ଭାବେ ଏକ ନେଟ୍‌ୱାର୍କିଂ ମାର୍କେଟିଂ କମ୍ପାନୀରେ କାମ କରୁଥିବାରୁ ସେବା ସମବାୟ ସମିତିରେ ଅଧିକାଂଶ ସମୟରେ ତାଲା ପଡୁଛି। ଜିଲାପାଳ ଦାସ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଆବଶ୍ୟକ ପଦକ୍ଷେପ ନିଆ ନ ଗଲେ ସମିତି ସମ୍ମୁଖରେ ଧାରଣା ଦେବେ ବୋଲି ଚାଷୀମାନେ ସେମାନଙ୍କ ନିଷ୍ପତ୍ତି ଜଣାଇଛନ୍ତି। ଜିଲାପାଳଙ୍କୁ ଭେଟିଥିବା ଏହି ପ୍ରତିନିଧି ଦଳରେ ଦୋଳଗୋବିନ୍ଦ ଜେନା, ବିକାଶ ରାଉତ, ସୁଶାନ୍ତ ସାହୁ, ଶମ୍ଭୁନାଥ ଦାସ, ପୀତାମ୍ବର ସାହୁ, କପିଳ ଜେନା ଓ ପାଗଳ ଜେନା ପ୍ରମୁଖ ସାମିଲ ଥିଲେ।

Related Posts

About The Author

Add Comment