ଅନୁଗୋଳ, ୦୭.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଟାଇଁସି ସେବା ସମବାୟ ସମିତିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର। ଏପରି କି କମ୍ପ୍ୟୁଟର ଏବଂ ପ୍ରିଣ୍ଡର ମେସିନ। ନିଆଁ କିପରି ଲାଗିଲା, ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ମିଳିଥିବା ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ । ଏପଟେ ସମବାୟ ସମିତିର ସବୁ ସରଞ୍ଜାମ ପୋଡି ଜଳି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ସ୍ଥାନୀୟ ଲୋକମାନେ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସବୁ ପୋଡିଜଳି ପାଉଁଶ ହୋଇଯାଇଥିଲା । ଏ ସମ୍ପର୍କରେ ପୁରୁଣାକୋଟ ଥାନାରେ ସୋସାଇଟି ପକ୍ଷରୁ ଏକ ଲିଖୁତ ଅଭିଯୋଗ ହୋଇଛି। ପୁରୁଣାକୋର୍ଟ ଥାନା ଅଧୁକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । କିଏ ଏବଂ କାହିଁକି ନିଆଁ ଲଗାଇଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।