ବାରିପଦା, 28.11.2020(ଲିଙ୍ଗରାଜ ପଣ୍ଡା)-କରୋନା ମହାମାରୀ ବ୍ୟାପିବାର ଆଶଙ୍କା କରାଯାଇ ରାଜ୍ୟ ସରକାରଙ୍କ ତରଫରୁ ଦୀର୍ଘ ଦିନ ଧରି ମନ୍ଦିର ମଧକୁ ଦର୍ଶନାର୍ଥି ତଥା ଭକ୍ତମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି । ଯାହା ଫଳରେ ଭକ୍ତ ତଥା ଦର୍ଶନାର୍ଥୀଙ୍କର ଆଧାୟିକ ଭାବାବେଗ ଓ ସାମ୍ବିଧାନିକ ଅଧୁକାର ଧୂର୍ଣ୍ଣ ହେବା ସହିତ ସେବାୟତମାନେ ଭକ୍ତ ଓ ଦର୍ଶନାର୍ଥୀଙ୍କଠାରୁ ପାଉଥିବା ଦକ୍ଷିଣା ଆୟରେ ମଧ୍ୟ ବ୍ୟାଘାତ ଘଟୁଛି ସାଧାରଣତଃ ପୁରୀ ଶ୍ରୀମନ୍ଦିର ବାଦେ ରାଜ୍ୟର ଦେବୋତ୍ତର ବିଭାଗ ଦ୍ବାରା ପରିଚାଳିତ ରାଜ୍ୟର ଅନ୍ୟ କୌଣସି ମନ୍ଦିରରେ ବି ସେବାୟତମାନଙ୍କୁ କରୋନା ମହାମାରୀ ସମୟରେ ଆର୍ଥିକ ସହାୟତା ଦିଆଯାଇ ନାହିଁ । ଯାହାଫଳରେ ରାଜ୍ୟର ହଜାର ଓ ହଜାର ସେବାୟତ ଆଥିକ ଦୁଃସ୍ଥିତିରେ ପରିବାର ଭରଣପୋଷଣ । କରିବାରେ ନାକେଦମ ହେଉଛନ୍ତି ବୋଲି ଓଡିଶା ମନ୍ଦିର ସେବାୟତ ସଂଘର ରାଜ୍ୟ ସଭାପତି କାମେଶ୍ଵର ତ୍ରିପାଠୀ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ମନ୍ଦିର ସେବାୟତ ସଂଘ ଡାକରାରେ ମନ୍ଦିରକୁ ଭକ୍ତ ଓ ଦର୍ଶନାର୍ଥୀ ପ୍ରବେଶ ଦାବି ପାଇଁ ପ୍ରତିବାଦ ସ୍ବରୂପ ଗତ ଅକ୍ଟୋବର ୭ ତାରିଖ ଓ ଅକ୍ଟୋବର ୨୮ ତାରିଖରେ ରାଜ୍ୟର ସମସ୍ତ ମନ୍ଦିର ସମ୍ମୁଖରେ ଘଣ୍ଟଘଣ୍ଟା ଶଙ୍ଖଧ୍ବନୀ କରି ପ୍ରତିବାଦ କରାଯାଇଥିଲା । ଏହା ପରେ ଗତ ନଭେମ୍ବର ୬ ତାରିଖରେ ଭୁବନେଶ୍ୱରସ୍ଥିତ ରାମ ମନ୍ଦିର ସମ୍ମୁଖରେ ଏବଂ ନଭେମ୍ବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମନ୍ଦିର ସମ୍ମୁଖରେ ପ୍ରତ୍ୟହ ପୂର୍ବାହ୍ନ ୯ଟାରୁ ୯ ମିନିଟ୍ ପର୍ଯ୍ୟନ୍ତ ଘଣ୍ଟଘଣ୍ଟା ଓ ଶଙ୍ଖ, ବଜାଯାଇ ପ୍ରତିବାଦ କରାଯାଇଥିଲା । କିନ୍ତୁ ସରକାରଙ୍କ ତରଫରୁ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯିବା ନେଇ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇ ନ ଥିବାରୁ ଗତ ୨୦ ତାରିଖ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ବିଧାନସଭା ସମ୍ମୁଖରେ ଘଣ୍ଟଘଣ୍ଟା ବଜାଯାଇ ବେଦଧନୀ ସହ ଏହି ଦାବି ପ୍ରତି ସରକାର ତଥା ବିଧାୟକମାନଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳି କି ନାହିଁ । ଏଣୁ ୨୮ ତାରିଖ ଶନିବାର ସନ୍ଧ୍ୟା ୫ଟା ସମୟରେ ବିଶ୍ଵର କଲ୍ୟାଣ ତଥା ମାନବ ସମାଜ ମଙ୍ଗଳ ପାଇଁ କରୋନା ସମୟରେ ରାଜ୍ୟର ସମସ୍ତ ସେବାୟତମାନେ ପୁରୀ ଶ୍ରୀମନ୍ଦିର ସମେତ ଓଡ଼ିଶାର ସମସ୍ତ ଦେବଦେବୀ ମନ୍ଦିରରେ ଦୀପ ପ୍ରଜ୍ଜଳନ ସହିତ ବେଦଧ୍ବନୀ ଦେଇ ବେଢା ପରିକ୍ରମା ସହିତ ସରକାରଙ୍କୁ ମନ୍ଦିର ଖୋଲିବା ପାଇଁ ପ୍ରତୀକାତ୍ମକ ଦାବି ଜଣାଇବାକୁ ରାଜ୍ୟ ମନ୍ଦିର ସେବାୟତ ସଂଘ ତରଫରୁ ରାଜ୍ୟ ସଭାପତି ଶ୍ରୀ ତ୍ରିପାଠୀ ରାଜ୍ୟର ସେବାୟତଙ୍କୁ ଅନୁରୋଧ କରିଥିବା କହିଛନ୍ତି ।
।