ଭୁବନେଶ୍ୱର,୧୬/୧ (ସନ୍ଧାନ ନିୟୁଜ) କନ୍ଧମାଳ ସେବାଶ୍ରମରେ ଛାତ୍ରୀଙ୍କ ପ୍ରସବ ଘଟଣାକୁ ନେଇ ତାତିଲା କଂଗ୍ରେସ । ୨ ମନ୍ତ୍ରୀଙ୍କ ବହିଷ୍କାର, ସଚିବ ଓ ଜିଲ୍ଲାପାଳଙ୍କୁ ନିଲମ୍ବନ ଦାବି କଲା କଂଗ୍ରେସ । ୧୯ ତାରିଖ ମଧ୍ୟରେ ବହିଷ୍କାର, ନିଲମ୍ବନ ନହେଲେ, ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି ରାଜ୍ୟ କଂଗ୍ରେସ । ୧୯ ତାରିଖରୁ ସବୁ ଜିଲ୍ଲାପାଳଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ସୂଚନା ଦେଇଛନ୍ତି । ମାଷ୍ଟରକ୍ୟାଣ୍ଟିନରେ ମନ୍ତ୍ରୀ ରମେଶ ମାଝୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫଲ ସାମଲଙ୍କ କୁଶ ପୁତଳିକା ଦାହ ।
ସୂଚନାଯୋଗ୍ୟ ଯେ କନ୍ଧମାଳ ଜିଲ୍ଲା ଦାରିଙ୍ଗାବାଡି ଅଞ୍ଚଳରେ ଥିବା ଆବାସିକ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ କରିଥିଲେ । ଯାହାପରେ ସାରା ରାଜ୍ୟରେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ନିନ୍ଦିତ କରିଥିଲା । ଖବର ପ୍ରସାରଣ ହେବା ପରେ ଏନେଇ ତତ୍ପରାତା ଦେଖାଇଥିଲେ ରାଜ୍ୟ ସରକାର । ଘଟଣାରେ ପ୍ରଶାସନ ପକ୍ଷରୁ ୮ଜଣଙ୍କୁ କାର୍ଯ୍ୟରୁ ନିଳମ୍ବିତ କରାଯାଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶ୍ରିକ୍ଷୟିତ୍ରୀଙ୍କୁ ନିଳମ୍ବନ କରାଯାଇଛି ।
Report-Manas Rout,