ସେବାର ପକୃତ ପାରାକାଷ୍ଠା ସାଜିଛି ଅଂଶୁମାନ ଟ୍ରଷ୍ଟ; ଦୃର୍ଘଟଣା ଗ୍ରସ୍ତ ଯୁବକଙ୍କୁ ସହାୟତାର ହାତ ବଢ଼େଇଲା

Spread the love

ଧର୍ମଶାଳା, ୦୨/୦୬ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମର ସାଗର ଜେନା (୨୫)ଙ୍କ ଗତ ତିନିଦିଳ ତଳେ ଚଣ୍ଡିଖୋଲକୁ ଯାଉଥିବା ସମୟରେ କଦଳା ପୋଲ ନିକଟରେ ଏକ ଅଜଣା ଗାଡି ଧକ୍କାା ଦେଇ ପଳାଇ ଯାଇଥିଲା ।ଫଳରେ ସେ ଗୁରୁତର ହୋଇପଡିଥିଲେ । ଗରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ଧର୍ମଶାଳା ମେଡିକାଲକୁ ନେଇଥିଲେ ପରେ ସେଠାରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । କାଲି ହରିଦାସପୁର କଦଳା ଗ୍ରାମର ସାଗର ବହୁ ଯୁବ ବନ୍ଦୁ ତାଙ୍କର ଚିକିତ୍ସା ପାଇଁ ସାହାର୍ଯ୍ୟ କରିଥିବା ବେଳେ ଏନେଇ ଅଂଶୁମାନ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କୁ  ସାହାର୍ଯ୍ୟକରିବା ପାଇଁ ନିବେଦନ କରିଥିଲେ । ଯୁବବନ୍ଦୁଙ୍କ ନିବେଦନ ରକ୍ଷା କରି କାଲି ସଂଧ୍ୟାରେ ତାଙ୍କ ପରିବାର ଭେଟି ସାଗରଙ୍କ ଚିକିତ୍ସା ସମ୍ପର୍କରେ ଅବଗତ ହେବା ପରେ ଆଜି ଟ୍ରଷ୍ଟର ଅନ୍ୟ ସଦସ୍ୟ ସପ୍ତ ସାଗର ଦାସଙ୍କ ସମେତ ଅନ୍ୟ କେତେକ ସଦସ୍ୟଙ୍କ ପଠାଇ ଆର୍ଥିକ ସହାୟତା କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଂଶସା କରାଯାଇଛି ।

Related Posts

About The Author

Add Comment