ସେବାକାର୍ଯ୍ୟ ନେଇ ଭରଚୁଆଲମୋଡ଼ରେ ପ୍ରସ୍ତୁତି ବୈଠକ । କାର୍ଯ୍ୟସୂଚୀର ସମୀକ୍ଷାକଲେ ଉବିପ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ।

Spread the love
କଟକ, ୨୩/୫/୨୦୨୧ (ସନ୍ଧାନ ନିଉଜ) – କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଅନଲାଇନ ଆଲୋଚନା ଚକ୍ର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ କରୋନା ମହାମାରୀ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ରକ୍ତଦାନ ସେଵା,ବିଶୋଧନ,କରୋନା ସଚେତନତା,ଥର୍ମାଲ ସ୍କ୍ରିନିଂ ଦ୍ୱାରା ଜନସାଧାରଣଙ୍କ ତାପମାତ୍ରା ମାପିବା,ନୋଜ ମାସ୍କ,ସାନିଟାଇଜର ବଣ୍ଟନ ଏବଂ ସମ୍ଭାବ୍ୟ ବାତ୍ୟାପାଇଁ ପ୍ରସ୍ତୁତିସହ ଜନସାଧାରଣଙ୍କୁ ସୁରକ୍ଷା,ପରିଷଦ ପକ୍ଷରୁ ହେଲ୍ପଲାଇନ ନମ୍ବର ଜରିଆରେ ଯୁଦ୍ଧକାଳୀନ ଭିତ୍ତିରେ ସାହାଯ୍ୟ ପ୍ରଦାନ ଆଦି ସମସ୍ତ ସେବାକାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଆଲୋଚନା ଚକ୍ରରେ ପରିଷଦ ପକ୍ଷରୁ ଅଶୋକ ସାହୁ,ଦେବୀ ପ୍ରସାଦ ପତି,ସବିତା ଦାସ,ଅକ୍ଷୟ ଦାସ,ଆରତ ଭଞ୍ଜନ ସାହୁ,ଅରୁପା ନନ୍ଦ ସ୍ୱାଇଁ,ଦେବାଶିଷ ପରିଡା,ରଞ୍ଜନ ସାହୁ,ଶୁଭ୍ରମନ୍ୟୁ ତରାଇ,ବଳରାମ ନାୟକ ଶୁଭାଶିଷ କୁମାର ,ପ୍ରିୟାଅଂଶୁ କୁମାର,ଚନ୍ଦନ କୁମାର,ବାବୁଲି କୁମାର,ଗଗନ ମୂଳିଆ,ବାବୁ ସନ୍ତେଷ,ହେମନ୍ତ ବେହେରା,ବାବୁନା ଦାସ,ଅଶୋକ ସାମଲ୍,ସଂଜୟ ସାହୁ,ବିଜୟ ନାୟକ,ଲଷ୍ମୀକାନ୍ତ ତ୍ରିପାଠୀ, କବି ଭୂଷଣ ଆଚାର୍ଯ୍ୟ, ସିଦ୍ଧାର୍ଥ ଶଙ୍କର ଦଳାଇ, ସରୋଜ ବାରିକ, ପ୍ରଦୀପ ବାରିକ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଯୁବସମାଜସେବୀ ଇଂ.ସେଠୀ ଗଣମାଧ୍ୟମ,ଗଣମାଧ୍ୟମ ପ୍ରତିନିଧି, ସ୍ୱାସ୍ଥ୍ୟକର୍ମୀ,ପ୍ରଶାସନ,ସମସ୍ତ ସ୍ୱେଚ୍ଛାସେବୀ ବର୍ଗ ଆଦି ସମାଜର ଏହି ଦୁର୍ଦ୍ଦିନରେ ଅକୁଣ୍ଠ ସହଯୋଗ,କର୍ମପନ୍ଥା,ବିଚାରଧାରା ଆମପାଇଁ ଉଦାହରଣୀୟ ଓ ପ୍ରେରଣାର ଉତ୍ସ ବୋଲି ମତପୋଷଣ କରିଛନ୍ତି ।

Related Posts

About The Author

Add Comment