ସେନ୍‌ସେକ୍ସ ୪୩୪ ପଏଣ୍ଟ୍‌ ଖସିଲା

Spread the love

ମୁମ୍ବାଇ, ୫/୧୦ (ସନ୍ଧାନ ନିଉଜ) : ବମ୍ବେ ଷ୍ଟକ ବଜାରରେ ନିବେଶକମାନେ ଆଜି ବ୍ୟାଙ୍କଗୁଡ଼ିକର ସେୟାରକୁ ଅଧିକ ମାତ୍ରାରେ ବିକ୍ରି କରିଥିଲେ। ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଆକ୍ସିସ୍ ବ୍ୟାଙ୍କ ଆଦିର ସେୟାରକୁ ବିକିଥିଲେ। ଏହାର ପ୍ରଭାବରେ ସେନ୍‌ସେକ୍ସ ୩୪୦ରୁ ଅଧିକ ପଏଣ୍ଟ୍‌ ତଳକୁ ଖସିଥିଲା। ଏହା ବ୍ୟତୀତ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ କଂପାନିର ସେୟାରକୁ ନିବେଶକମାନେ ବିକ୍ରି କରିବାରୁ ସେନ୍‌ସେକ୍ସ ଆହୁରି ତଳକୁ ଖସିଯାଇଥିଲା। କାରବାର ଶେଷ ବେଳକୁ ୪୩୪ ପଏଣ୍ଟ୍‌ ହ୍ରାସ ସହ ସେନ୍‌ସେକ୍ସ ୩୭,୬୭୩ ପଏଣ୍ଟ୍‌ରେ ବନ୍ଦ ହୋଇଛି।

Related Posts

About The Author

Add Comment