ଯାଜପୁର, ତା ୨୮/୦୨ (ସନ୍ଧାନ ନିୟୁଜ): ସେନାରେ ନିଯୁକ୍ତି ପାଇଁ ଚଳିତ ବର୍ଷ ୮ ପେଂବୃୟାରୀ ଠାରୁ ୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅନ୍ଲାଇନ ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଊଚ୍ଥି ବୋଲି ଆର୍ମି ରିକ୍ରୁ୍ୟଟମେଣ୍ଟର ନିଦେ୍ର୍ଦଶକ କଲୋନେଲ ଆଶିଷ ମୋହନ ତ୍ରିଖା ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଯାଜପୁରଙ୍କୁ ଅବଗତ କରାଇଚ୍ଥନ୍ତି । ଊପକୂଳବର୍ତ୍ତୀ ୧୦ ଟି ଜିଲ୍ଳ୍ା ପାଇଁ ସୋଲଜର ଟେକନିକାଲ ନର୍ସିଂ ଆସିଷ୍ଟାଣ୍ଟ , ନର୍ସିଂ ଆସିଷ୍ଟାଣ୍ଟ ଭେଟେରିନାରୀ, ସୋଲଜର ଟ୍ରେଡସ୍ମ୍ୟାନ, ସୋଲଜନ ଜେନେରାଲ ଡୁ୍ୟଟି, ସୋଲଜର କ୍ଳର୍କ, ଷ୍ଟୋର କିପର ଟେକନିକାଲ, ଇନ୍ଭେନଟୋରୀ ମ୍ୟାନେଜମେଣ୍ଟ ପଦବୀ ପାଇଁ ନିଯୁକ୍ତି ମେଳା ପାରାଦୀପ ଠାରେ ଚଳିତ ବର୍ଷ ଏପ୍ରିଲ ୫ ଠାରୁ ୧୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ୨୦୧୫ ଅକ୍ଟୋବର ୧ ତାରିଖ ଠାରୁ ଏହା ଅନ୍ଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡୁଚ୍ଥି । ଯାହାର ୱେବସାଇଟ୍ www.joinindianarmy.nic.in। ଆଗ୍ରହୀ ପ୍ରାର୍ଥୀ ଏହାର ସୁଯୋଗ ନେବାକୁ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଯାଜପୁର ପରାମର୍ଶ ଦେଇଚ୍ଥନ୍ତି । ଏହି ମନୋନୟନ ସ୍ୱଚ୍ଚ୍ଥ ଓ ନିରପେକ୍ଷ ଭାବେ ସଂପନ୍ନ ହେଊଥିବାରୁ କୈାଣସି କ୍ଷେତ୍ରରେ ଦଲାଲ ବା ଟାଉଟର ମାନଙ୍କ ସହାୟତା ନନେବାକୁ ନିଯୁକ୍ତି ନିଦେ୍ର୍ଦଶକ କଲୋନେଲ ଆଶିଷ ମୋହନ ତ୍ରିଖା ଅନୁରୋଧ କରିଚ୍ଥନ୍ତି ।
ସେନା ନିଯୁକ୍ତି ରାଲି ପାରାଦୀପରେ ଏପ୍ରିଲ ୫ ରୁ ୧୬ ।
|
February 28, 2020 |