ସେନାରେ ଭର୍ତ୍ତୀ ହେବାପାଇଁ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ନାଟକ “ଠିକଣା ହଜିଲା ଷାଠିଏ ପରେ” ମଞ୍ଚସ୍ଥ

Spread the love

ତିହିଡି, ୧୬/୧୧ (ସନ୍ଧାନ ନିଉଜ) : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଅଗ୍ରଣୀ ସେବା ସଂଗଠନ ଜୀବନଜ୍ୟୋତି ସଂଗଠନ ପକ୍ଷରୁ ସେନାରେ ଭର୍ତ୍ତୀ ହେବାପାଇଁ ଆୟୋଜିତ ୪ ଦିନିଆ ଦେୟମୁକ୍ତ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୦୭ ଜଣ ଯୁବକ ଯୋଗ ଦେଇଥିଲେ । ସେନା କର୍ମ·ୀମାନଙ୍କ ଦ୍ୱାରା ସେମାନଙ୍କୁ ୧୦୦, ୨୦୦, ୪୦୦, ୧୬୦୦ ମିଟର ସହିତ ୫ କି.ମି ଦୌଡ, ଲମ୍ବଡିଆଁ, ଉଚ୍ଚଡିଆଁ, ଦୌଡିଚଢା, ପହଁରା, ବିମ୍ ଏବଂ ଲିଖିତ ପରୀକ୍ଷା ମଧ୍ୟ କରାଯାଇଥିଲା । ସମସ୍ତଙ୍କ ଶାରୀରିକ ଦକ୍ଷତା ଥିବା ବେଳେ ଲିଖିତ ପରୀକ୍ଷାରେ ବାରମ୍ବାର ବିଫଳ ହୋଇ ସଫଳତା ଠାରୁ ଦୂରେଇ ଯାଉଥିବା ଜଣାଯାଇଛି । ସେମାନଙ୍କୁ ଏହି ସଂଗଠନ ଏକ୍ସପର୍ଟମାନଙ୍କ ଦ୍ୱାରା ଉପଯୁକ୍ତ ପ୍ରଶିକ୍ଷଣ ଦେବାଲାଗି ମନସ୍ତ କରିଛି । ପ୍ରାରମ୍ଭରେ ସଚେତନତା ମୂଳକ ଏକ କ୍ଷୂଦ୍ର ନାଟକ “ଠିକଣା ହଜିଲା ଷାଠିଏ ପରେ” ମଞ୍ଚସ୍ଥ ହୋଇଥିଲା । ଏହି ଉଦ୍ଯାପନୀ ଉତ୍ସବରେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରାଯାଇ ଥିବାବେଳେ ଅନ୍ୟମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଛି । ସଂଗଠନର ଉପଦେଷ୍ଟା କ୍ଷମାମୟ ପାଣ୍ଡବଙ୍କ ସଞ୍ଚାଳନ ଓ ବରିଷ୍ଠ ସଦସ୍ୟ ସନାତନ ସାହୁଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥିଭାବେ ତିହିଡି ମୁଖ୍ୟ ଆଗ୍ନିକ ଆଲୋକ ଗୋସ୍ୱାମୀ, ଖେଳ ଶିକ୍ଷକ ଗିରିଜା ରମଣ ଜେନା, ପ୍ରଭାତ ଜେନା, ସାହିତ୍ୟିକ ତଥା ସଂଗଠକ ମନୋଜ ପାଣିଗ୍ରାହୀ, ସମ୍ପାଦକ ଧିରେନ୍ଦ୍ର ସାହୁ, ଶିକ୍ଷାବିତ ଅଜୟ ରାଉତ ଓ ଖଗେଶ୍ୱର ତ୍ରିପାଠୀ, ଅନିଲ ନାୟକ, ସୁଶାନ୍ତ ସାହୁ, କୈଳାସ ବେହେରା, ମନୋଜ ନାଥ, ଅଣାକାର ଧଳ, ବିଷ୍ମୟ ବିହାରୀ ସାହୁ ପ୍ରମୁଖ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସମ୍ମାନିତ ଯୋଗଦେଇ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ । ସଂଗଠନର ପ୍ରତିଷ୍ଠାତା ଜ୍ୟୋର୍ତମୟ ପାଣ୍ଡବ, ଗୋବିନ୍ଦ ବେହେରା, ଚିନ୍ମୟ ବେହେରା, ରଞ୍ଜନ ଶୁକ୍ଳା, ଉଜ୍ୱଳ ସେନାପତି, ସୁବ୍ରତ ନାୟକ, ମୁକେଶ ସେନାପତି, ମାନସ ପ୍ରଧାନ, ଦେବେନ୍ଦ୍ର ନାୟକ, ସୁରେନ୍ଦ୍ର ଦାସ,

Related Posts

About The Author

Add Comment