ସେକ୍ସ ର୍ୟାକେଟ ଠାବ : ୬ ଗିରଫ
ରାୟଗଡା ୧୬/୩ (ସନ୍ଧାନ ନିୟୁଜ) ରାୟଗଡା ସାଇପ୍ରିୟା ନଗରରେ ଏକ ଭଡା ଘରେ ଚାଲିଥିବା ଏକ ସେକ୍ସ ର୍ୟାକେଟକୁ ପୁଲସ ଠାବ କରିବାରେ ସକ୍ଷମ ହୋଇଛି । ଏହି ଘଟଣାରେ କିଙ୍ଗପିନ ସମେତ ୬ ଜଣଙ୍କୁ ଗିରଫ କରିଛି । ଏହା ସହ ଇଣ୍ଡିଗୋ କାର୍, ୭ଟି ମୋବାଇଲ୍, ୩୭ ହଜାର ଟଂକା ଏବଂ ବିଭିନ୍ନ ଆପତ୍ତି ଜନକ ସାମଗ୍ରୀ ଜବତ ହୋଇଛି । ସୂଚନା ଅନୁଯାୟୀ ସାଇପ୍ରିୟା ନଗରରେ ଏକ ଭଡ଼ା ଘରେ ଦୀର୍ଘଦିନ ଧରି ସେକ୍ସ ରାକେଟ ଚାଲିି ଆସୁଥିଲା । ଏ ନେଇ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଏହି ଭଡା ଘର ଉପରେ ଚଢଉ କରି ଜଣେ ଦେହଜୀବୀକୁ ଉଦ୍ଧାର କରିବା ସହ କିଙ୍ଗିପିନ୍ ସମେତ ୬ ଜଣଙ୍କୁ ଗିରଫ କରିଥିଲା । ଉଦ୍ଧାର ଯୁବତୀକୁ ପୁଲିସ୍ ସ୍ବଧାର ଗୃହକୁ ପଠାଇ ଦେଇଥିବା ବେଳେ ଗିରଫ ସିଏଚ୍. ଚନ୍ଦନ କୁମାର ଚୌଧୁରୀ, ଅମିତ୍ କୁମାର ଲାୟା, ବୀରେନ୍ କୁମାର ଲାୟା, ଦୁଃଖିଶ୍ୟାମ କର, ଜଗନ୍ନାଥ ନାୟକ, ଶିବରାମ ଡାକୁଆକୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି।

Related Posts
About The Author