ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ ଓ ବିଦ୍ୟା ଷ୍ଟଡ଼ି ପଏଂଟ ପାଳିଲା ଗୋପବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକୀ

Spread the love

ରାଉରକେଲା, ୨୦/୦୬/୨୦ (ସନ୍ଧାନ ନିଉଜ) : ଆଜି ସହରର ବିଭିନ୍ନ ଅନୁଷ୍ଠାନ ଯେପରି  ଉତ୍କମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ, ଗୋପବନ୍ଧୁ ପ୍ରଗତି ପରିଷଦ ସମେତ ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ ଓ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁଙ୍କ ୯୨ତମ ଶ୍ରାଦ୍ଧ ବାର୍ଷିକ ସମାରୋହ ଟ୍ରଷ୍ଟ କାର୍ଯ୍ୟାଳୟରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ମାଲ୍ୟାପର୍ଣ ଅର୍ପଣ କରାଯାଇଥିଲା । ଗୋପବନ୍ଧୁ ନିଜ ଜୀବନୀ କାଳରେ ଦୁଃଖୀ, ଦରିଦ୍ରଙ୍କ ପାଇଁ ସର୍ବଦା ବ୍ୟାକୁଳ ରହୁଥିଲେ ବୋଲି ଉପସ୍ଥିତ ବକ୍ତା ମାନେ ନିଜର ମତ ପ୍ରକାଶ କରିଥିଲେ । ଏହି ଅବସରରେ ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ ବେହେରା ତାଙ୍କ ବକ୍ତବ୍ୟରେ କହିଲେଯେ, ମାତ୍ର ପଚାଶ ବର୍ଷର ନୀତିଦୀର୍ଘ ଜୀବନ ଭିତରେ ସେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ଅମୀପ ସଂକଳ୍ପଶକ୍ତି ଓ ଅଶେଷ କର୍ମୋଦ୍ୟମ ଅବ୍ୟାହତ ରଖିଥିଲେ । ଏହି ଅବସରରେ ସେକ୍ଟର-୨୨ ଏମ୍ପୋଲୟିଜ ଟ୍ରଷ୍ଟ ପକ୍ଷରୁ ସଭାପତି ଶିବଶଙ୍କର ନାୟକ, ସାଧାରଣ ସମ୍ପାଦକ କ୍ଷୀରୋଦ ପଶାୟତ, ସୁକାନ୍ତ ମହାନ୍ତି ,ଶୁକନାଥ ବିଶୋଇ,ରାଧେଶ୍ୟାମ ଚିକ୍‌, ଯୁଧିଷ୍ଠିର ପଶାୟତ, ନରେନ୍ଦ୍ର ମଲ୍ଲିକ, ଦାମୋଦର ଧଳ, ସୁବୋଧ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

Related Posts

About The Author

Add Comment