ସେକ୍ଟର -୨୨ ଇସ୍ପାତ ସ୍କୁଲ ଆଡମିଶନ ବିବାଦ: କେବଳ ପ୍ରତିଶୃତି ମିଳିଛି, ହୋଇନି ସମାଧାନ !

Spread the love

ରାଉରକେଲା,୧୭/୧୨ (ସନ୍ଧାନ ନିଉଜ) ସେକ୍ଟର -୨୨ ଇସ୍ପାତ ସ୍କୁଲ  ଆଡମିଶନ ବିବାଦରେ ଓଡିଶା ଅଭିଭାବକ ସଂଘର ଆବାହକ ଅମୀୟ କୁମାର ମଲିକଙ୍କ ନେତୃତ୍ୱରେ ସଂଘର ସଦ୍ୟତ ଓ  ଅଭିଭାବକ ମାନେ ଏକଜୁଟ ହୋଇ ଏହି ଘଟଣା ସମ୍ପର୍କରେ ବିଇଓ ରାଜଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣା ପଡିଛି । ଅପରପକ୍ଷ ରେ ଏହି ଘଟଣାର ସମାଧାନ ହେବ ବୋଲି କେବଳ ପ୍ରତିଶୃତି ମିଳିଛି ମାତ୍ର  ଏହି ଅସୁବିଧାରୁ ନିସ୍ତାର ମିଳିପାରି ନାହିଁ ବୋଲି ସୂଚନା ମିଳିଛି  ଘଟଣାରୁ ପ୍ରକାଶ ଯେ,  ଆରଏସପି  ପରିଚାଳିତ  ସେକ୍ଟର -୨୨ ଇସ୍ପାତ  ଇଂଲିଶ ମିଡ଼ିଅମ  ସ୍କୁଲ ପ୍ରଥମ ଶ୍ରେଣୀ  ଵିଦ୍ୟାଥ୍ରୀଙ୍କ ଆଡମିଶନ ପକ୍ରିୟାରେ  ଟାଳଟୁଳ ନୀତି ତଥା ଦୁର୍ନୀତି କରାଯାଇଛି ବୋଲି ଓଡିଶା ଅଭିଭାବକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି  ସଂଘର ଆବାହକ ଅମୀୟ କୁମାର ମଲ୍ଲିକଙ୍କ  ଅଭିଯୋଗ କରିଥିଲେ । ଏହି ସ୍କୁଲ  ଶିକ୍ଷା ଅଧିକାର ଆଇନକୁ ଖୋଲାଖୋଲି ଉଲ୍ଲଘଂନ କରୁଛି  2009( କ) RTI ACT 12CC govt notification No-4030/20,5/2014 ନିୟମ ଅନୁସାରେ, ସ୍କୁଲର ପ୍ରଥମ ଶ୍ରେଣୀର 40 ସିଟ ମଧ୍ୟରୁ 25 ପ୍ରତିଶତ  ମାନେ  10ଟି ସିଟ ଏସି , ଏସଟି, ଓବିସି, ବିପିଏଲ ପାଇଁ ସରଙ୍ଖିତ ଥିବା ବେଳେ, ବିନା ଲଟେରୀ ତଥା ବିଇଓଙ୍କ ଅନୁପସ୍ଥିତିରେ ଚୟନ କରାଯାଇଛି, ଯାହାକି  ନିୟମ ବିରୁଦ୍ଧ ଅଟେ ବୋଲି ସଂଘ ପକ୍ଷରୁଯୋଗେନ୍ଦ୍ର ମହାନ୍ତି, ବିଚିତ୍ର ଦାସ, ଅଜୟ ସାହୁ ପ୍ରମୁଖ ଅଭିଯୋଗ ଆଣି ଥିଲେ।  ସେତେବେଳେ  ସ୍କୁଲର ପ୍ରିନସିପାଲ ସତ୍ୟନାରାୟଣ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଲେ ଯେ , ଆମକୁ ଏ ସମ୍ପର୍କରେ କିଛି ଜଣା ନାହିଁ ।  ଯଦି କୌଣସି ସରକାରୀ ଗାଇଡ ଲାଇନ ଥାଏ, ତେବେ ଆମେ ଵିଦ୍ୟାଥ୍ରୀଙ୍କ ଆଡମିଶନ ପକ୍ରିୟା ସ୍ଥଗିତ ରଖିବୁ ।

Related Posts

About The Author

Add Comment