ସୃଜନୀ ସାହିତ୍ୟ ସଂସଦର ୩୩ତମ ବାର୍ଷିକୋତ୍ସବ ପାଳନ ନିମନ୍ତେ ଆଲୋଚନା

Spread the love

ଲାଠିକଟା,୧୭/୧୦/୨୦୨୦ (ସନ୍ଧାନ ନିଉଜ): ଦକ୍ଷିଣ ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସୃଜୀ ସାହିତ୍ୟ ସଂସଦର ଦୀର୍ଘ ୭ ମାସର ବ୍ୟବଧାନ ପରେ କୋଭିଡ଼ ନିୟମ ପାଳନ ସହକାରେ ସଳ୍ପ ସଦସ୍ୟଙ୍କୁ ନେଇ ଆଜି ଏକ ଜରୁରୀ କାଳୀନ ବୈଠକ କବି ଶଚ୍ଚିନ୍ଦ୍ର ସ୍ୱାଇଁଙ୍କ ସାରନଗରୀ ସ୍ଥିତ ବାସଭବନରେ ଆୟୋଜିତ ହୋଇ ଯାଇଛି । ଉକ୍ତ ବୈଠକରେ ଶ୍ରୀ ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ସାଧାରର ସମ୍ପାଦକ ରବିନ୍ଦ୍ର ବେହୁରିଆ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବିଷୟବସ୍ତୁ ଉତ୍‌ଥାପନ କରିଥିଲେ । ପ୍ରାରମ୍ଭରେ ଦିବଙ୍ଗତ ସମାଜସେବୀ ଡା. ରାହାସ ବିହାରୀ ମହାପାତ୍ର, ଆଚାର୍ଯ୍ୟ ଧନେଶ୍ୱର ବେହେରା, ସାହିତ୍ୟିକ ତଥା ପୂର୍ବତନ ବାଚସ୍ପତି ଶରତ କର, ଶିକ୍ଷାବିତ ଡ. ଦେବେନ୍ଦ୍ର ପ୍ରହରାଜ ତଥା ଦେଶବାହିନୀ ସୁରକ୍ଷା ବାହିନୀ  ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ଠାରେ କାମନା କରାଯାଇଥିଲା । ସୃଜନୀ ସାହିତ୍ୟ ସଂସଦ ଅନୁଷ୍ଠାନର ୩୩ତମ ବାର୍ଷିକୋତ୍ସବ ପାଳନ ନିମନ୍ତେ ବିସୃତ ଆଲୋଚନା କରାଯାଇଥିଲା । ପୂର୍ବ ବୈଠକର ନିଷ୍ପତି ଅନୁଯାୟୀ, ରାଉରକେଲାରେ ବିଭିନ୍ନ ସେବା କ୍ଷେତ୍ରରେ କବି ବିଜୟ ସେନାପତି, ସୁଧାଂଶୁ ଅଶୋକ ତଥା ସାମ୍ବାଦିକ ସରୋଜ ବେହେରାଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯିବା ନିମନ୍ତେ ଘୋଷଣା କରାଯାଇଥିଲା । ତତ୍ ସଙ୍ଗେସଙ୍ଗେ କବି ଶଚ୍ଚୀନ୍ଦ୍ର ସ୍ୱାଇଁଙ୍କ ଲିଖିତ ଦ୍ୱିତୀୟ ସଂସ୍କରଣ ଦୁଇଟି ପୁସ୍ତକ ରବୀନ୍ଦ୍ର ବେହୁରିଆଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ଓ ଅନୁଷ୍ଠାନର ମୁଖପତ୍ର ‘ସୃଜନୀ’ ଉନ୍ମୋଚନ କରିବାକୁ ସିଦ୍ଧାନ୍ତ ନିଆଯାଇଥିଲା ।

Related Posts

About The Author

Add Comment