ସୃଜନୀ ସାହିତ୍ୟ ସଂସଦର ବାର୍ଷିକୋତ୍ସବ ୧୪ ରେ

Spread the love

ରାଉରକେଲା, ୧୧/୦୩/୨୧ (ସନ୍ଧାନ ନିଉଜ) : ସାରନଗରୀର ପୁରାତନ ଓ ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ସୃଜନୀ ସାହିତ୍ୟ ସଂସଦର ୩୪ତମ ବାର୍ଷିକୋତ୍ସବ ଓ ସାରସ୍ୱତ ସମାରୋହ ଆସନ୍ତା ୧୪ ତାରିଖ ପୂର୍ବାହ୍ନ ପ୍ରାୟ୧୦ଟା ସମୟରେ ସ୍ଥାନୀୟ କମ୍ୟୁନିଟ ସେଂଟର ଠାରେ ଅନୁଷ୍ଠିତ ହେବ । ଉକ୍ତ ଦିନ ଦୈନିକ ‘ସମାଜ’ର ସାମ୍ବାଦିକ ସରୋଜ କୁମାର ବେହେରାଙ୍କୁ ଗୋପବନ୍ଧୁ ସେବା ସମ୍ମାନରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ରବିନ୍ଦ୍ର ବେହୁରିଆ ସୂଚନା ଦେଇଛନ୍ତି ।
ଏହି ଅବସରରେ ଉଦ୍‌ଘାଟକ ଭାବେ ରାଉରକେଲା ମହାନଗର ନିଗମର ଡ଼େପୁଟି କମିଶନର ସୁଧାଂଶୁ ଭୋଇ,ମୁଖ୍ୟ ଅତିଥି ଭାବେ ରାଉରକେଲା ସହରସେବା ବିଭାଗର ମହା ପ୍ରବନ୍ଧକ ଅଜୟ କୁମାର ନାୟକ ଏବଂ ସମ୍ମାନୀୟ ଅତିଥି ଭାବେ ‘ସମାଜ’ ରାଉରକେଲା ସଂସ୍କରଣ ମୁଖ୍ୟ ମନୋରଂଜନ ଦାଶ ଯୋଗ ଦେବାକୁ ଥିବାବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟକ ତଥା ଯୁବଲେଖକ ସମ୍ମେଳନର ସଭାପତି ଶଙ୍କର୍ଷଣ ପରିଡ଼ା, କବି ଇଂ ବିଜୟ କୁମାର ସେନାପତି ସମ୍ମାନୀୟ ବକ୍ତା ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ସମାରୋହର ପ୍ରଥମ ଅଧିବେଶନରେ ଆଲୋଚନାର ବିଷୟବସ୍ତୁ ‘ଓଡ଼ିଆ ଭାଷାର ଭବିଷ୍ୟତ’ ଏହା ବ୍ୟତୀତ କବିତା ପାଠୋତ୍ସବରେ ସଭାପତି କବି କୁଂଜବିହାରୀ ରାଉତ, ନାରୀକବି ଉର୍ବଶୀ ଦାଶ, ହରପ୍ରିୟା ପରିଡ଼ା, କବି ତ୍ରିଲୋଚନ ସ୍ୱାଇଁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ସଭାପତି ଶଚୀନ୍ଦ୍ର କୁମାର ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି ।

Related Posts

About The Author

Add Comment