ରାଉରକେଲା, ୧୯ /୦୧/୨୦୨୦ (ସନ୍ଧାନ ନିଉଜ): ଆଜି ଦେଓଗାଁ ନିକଟ ତରକେରା ଧବଳେଶ୍ୱର ମନ୍ଦିର ପରିସରରେ ସାରନଗରୀ ସ୍ଥିତ ଜଣାଶୁଣା ସାଂସ୍କୃତିକ ଅନୁଷ୍ଠାନ ସୃଜନୀ ସାହିତ୍ୟ ସଂସଦର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ କବିତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରଘୁନାଥପାଲ୍ଲୀ ପୂର୍ବ ବିଧାୟକ ରବି ଦେହୁରୀ, ଡାକ୍ତର ରାହାସ ବିହାରୀ ମହାପାତ୍ର, ଅନୁଷ୍ଠାନର ସାଧାରଣ ସମ୍ପାଦକ ରବୀନ୍ଦ୍ର ବେହୁରିଆ, କବି ରାଜୀବ ପାଣି, କବୟତ୍ରୀ କୁନ୍ତଳା ବେହେରା, ଆରତୀ ବେହେରା, ଖଗେଶ୍ୱର ବେହେରାଙ୍କ ସମେତ ୫୦ରୁ ଉର୍ଦ୍ଧ କବି, କବିୟତ୍ରୀ, ଲେଖକ, ଲେଖିକା, ବୁଦ୍ଧିଜିବୀ, ସମାଜସେବୀ ଓ ଆରଏସପିର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ କବିତାପାଠ ପୁସ୍ତକ ଲୋକାର୍ପିତ କରାଯାଇଥିଲା ।
ସୃଜନୀ ସାହିତ୍ୟ ସଂସଦର କବିତା ଆଲୋଚନାଚକ୍ର
|
January 19, 2020 |



