ସୂର୍ଯ୍ୟାସ୍ତର ପତ୍ରିକା, ବହୁ ବରିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ

Spread the love

ଯାଜପୁର ସଦର, ୧୯/୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା, ଧର୍ମଶାଳା ବ୍ଲକ୍ ଅଞ୍ଚଳରୁ ପ୍ରକାଶ ପାଉଥିବା ମାସିକ ପତ୍ରିକା ସୂର୍ଯ୍ୟାସ୍ତର ସ୍ୱର୍ଣ୍ଣକ୍ଷେତ୍ର ଅବସରରେ ବହୁ ବରିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂର୍ଯ୍ୟାସ୍ତର ସମ୍ପାଦକ ବିବେକାନନ୍ଦ ରାୟ ଏକ ପ୍ରେସ୍ ମାଧ୍ୟମରେ ଗତ ୨୯ ତାରିଖରେ ଜାରକା ଠାରେ ଅନୁଷ୍ଟିତ ହେବ ବୋଲି ଶ୍ରୀ ରାୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି । ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ସମ୍ମାନୀୟ ଅତିଥି ବରିଷ୍ଟ ସାମ୍ବାଦିକ ଶ୍ରୀ ଦିଲ୍ଲିପ କୁମାର ବିଶୋଇ ଯୋଗଦେବେ । ମୁଖ୍ୟ ବକ୍ତା ପ୍ରଫେସର ଡାକ୍ତର ବୈରାଗୀ ପଟ୍ଟନାୟକ ଅନ୍ୟତମ ଅତିଥି ବରିଷ୍ଟ କବୀ ନିରାକାର ଦାସ ଯୋଗଦାନ କରିବେ । ସୂର୍ଯ୍ୟାସ୍ତର ସମ୍ମାନରେ ସମ୍ମାନୀତ ହେବେ ପ୍ରଶନ୍ନ କୁମାର ବେଉରାଙ୍କୁ ସୂର୍ଯ୍ୟାସ୍ତର ସମ୍ମାନ ୨୦୧୯, ମାନସରଂଜନ ସାମଲ ଡ. ବୀରକିଶୋର ପାଢ଼ୀଙ୍କୁ ଶିଶୁ ସାହିତିକ ସମ୍ମାନ, ସମାଜ ସେବୀ ଲୋପାମୁଦ୍ରା ଷଣ୍ଢଙ୍କୁ ସୂର୍ଯ୍ୟାସ୍ତ ସମ୍ମାନ, ବରିଷ୍ଟ ସାମ୍ବାଦିକ ବିବେକାନନ୍ଦ ଜେନାଙ୍କୁ ସୂର୍ଯ୍ୟାସ୍ତ ସମ୍ମାନ, ଶିକ୍ଷକ ଗଣେଶ୍ୱର ବେହେରାଙ୍କୁ ବିକ୍ରମାଦିତ୍ୟ ଫାଉଣ୍ଡେସନ୍ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସୂର୍ଯ୍ୟାସ୍ତ ସମ୍ପାଦକ ଶ୍ରୀ ବିବେକାନନ୍ଦ ରାୟ ଏକ ପ୍ରେସ୍ ବିଜ୍ଞପ୍ତିରେ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

Related Posts

About The Author

Add Comment