ସୂଚନା ଅଧିକାର କର୍ମୀଙ୍କୁ ବୋମା ମାଡ ଘଟଣାକୁ ୭ଦିନ ବିତିଲା; ଡାକ୍ତରଖାନରୁ ଛାଡ ପାଇବା ପରେ ଚଣ୍ଡିଖୋଲରେ ସର୍ବେଶ୍ୱରଙ୍କ ପ୍ରତିିକ୍ରିୟା

Spread the love

ଚଣ୍ଡିଖୋଲ, ୦୨/୦୪/୨୧ (ସନ୍ଧାନ ନିଉଜ) : ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ଧର୍ମଶାଳାର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରେ ହୋଇଥିବା ବୋମା ମାଡ ଘଟଣାକୁ ଇତି ମଧ୍ୟରେ ୭ଦିନ ବିତିଯାଇଛି । ଗୁରୁତର ଭାବେ ଆହତ ହୋଇ ୭ଦିନ ଧରି ସେ ମେଡିକାଲରେ ଚିକିସôିତ ହେବା ପରେ ଆଜି ଛାଡ ପାଇ ଘରକୁ ଫେରିଥିଲେ । ହେଲେ ପରିତାପର ବିଷୟ ଏତେ ବଡ ସ୍ପର୍ଶକାତର ଘଟଣାରେ ଯାଜପୁର ଜିଲ୍ଲା ପୋଲିସ ଏବେବି କୌଣସି ଠୋସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରିନାହିଁ । ପୋଲିସର ଏତାଦୃଶ୍ୟ କାର୍ଯ୍ୟକଳାପକୁ ନେଇ ସର୍ବେଶ୍ୱର ଡାକ୍ତରଖାନରୁ ଫେରି ଚଣ୍ଡିଖୋଲରେ ପଂହଚିବା ପରେ ମର୍ମାହତ ଓ କ୍ଷ୍ୟେବ ପ୍ରକାଶ କରିଛନ୍ତି । ତାଙ୍କୁ ରାସ୍ତାରୁ ହଠାଇ ଦେବା ପାଇଁ ବୋମା ମାଡ ଏକ ଷଡଯନ୍ତ୍ର ବୋଲି ସେ କହିବା ସହ ଯେଉଁମାନେ ଏହି କାର୍ଯ୍ୟକରି ତାଙ୍କ ମୁହଁକୁ ଚୁପ କରିଦେବାକୁ ଭାବିଛନ୍ତି ତାହା କେବେ ସଫଳ ହେବ ନାହିଁ ବରଂ ଏବେ ଧର୍ମଶାଳାରେ ଚାଲିଥିବା ଦୁର୍ନିତି ଓ ଭଷ୍ଟାଚାର ବିରୁଦ୍ଧରେ ଅଧିକ ଲଢ଼େଇ କରିବେ ବୋଲି ସେ କହିଥିଲେ । ଚଣ୍ଡିଖୋଲରେ ପଂହଚିବା ପରେ ବହୁ ସଂଖ୍ୟକ ସାଧରଣ ଲୋକ ଓ ତାଙ୍କ ସହଯୋଗୀ ସର୍ବେଶ୍ୱରଙ୍କୁ ଏକ ପଟୁଆରେ ତାଙ୍କ ଘରକୁ ନେଇଯାଇଥିଲେ । ଏବେ ଠାରୁ ସର୍ବେଶ୍ୱରଙ୍କୁ ସେମାନେ ଦିବାରାତ୍ର ଜଗିବେ ଓ ଆବଶ୍ୟକ ପଡିଲେ ତାଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇବକୁ ପଛାଇବେ ନାହିଁ ବୋଲି ଶୁଭେଚ୍ଛୁ ଜଣାଇଥିବା ବହୁ ସଂଖ୍ୟକ ସାଧରଣ ଲୋକେ ପ୍ରକାଶ କରୁଥିବା ଦେଖାଯାଇଥିଲା । ତେବେ କାହିଁକି ଓ କେଉଁ କାରଣରୁ ଅଦ୍ୟବଧି ଆସାମୀ ମାନଙ୍କୁ ଗିରଫ କରାଯଉନାହିଁ ବା କାହା ଚାପରେ ପୋଲିସ ପଡିଛି ତ୍ାକୁ ନେଇ ଲୋକମାନେ ପ୍ରଶ୍ନ କରୁଥିବା ଦେଖାଯାଇଥିଲା । ଚଣ୍ଡିଖୋଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରକ୍ତନ ସାଂସଦ ମୋହନ ଜେନା, ବିଜେପି ନେତା ଧିରେନ୍ଦ୍ର ରାଉତ, ଦେବଯାନୀ ପ୍ରଧାନ, ସୁରଜଲାଲ ସାମଲ, ଅଶୋକ କୁମାର ସାହୁ, ନିରଂଜନ ବେହେରା, ଯୁବ ନେତା ପ୍ରୀତମ ନାୟକ, ପ୍ରମୋଦ ଜେନା, ଧୁଳେଶ୍ୱର ଦାସ ପ୍ରମୁଖ ନେତୃତ ନେଇଥିଲେ ।

Related Posts

About The Author

Add Comment