ବହୁ ଚର୍ଚ୍ଚିତ ଯାଜପୁର ଧର୍ମଶାଳାରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରେ ହୋଇଥିବା ବୋମା ମାଡ ଘଟଣାକୁ ୭ଦିନ ବିତିଯାଇଥିଲେ ମଧ୍ୟ ଅଦ୍ୟବଧି ପୋଲିସ ସେହି ଘଟଣାରେ କାହାକୁ ଗିରଫ କରିନାହିଁ । ପୋଲିସର ଏହି ନିସ୍କ୍ରିୟତା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଧର୍ମଶାଳା ଥାନକୁ ଏକ ଘଂଟା ଘେରାଇ କରାଯାଇ ଏକ ଦାବି ପତ୍ର ଥାନା ଅଧିକାରୁ ପ୍ରଦାନ କରିଥିଲେ । ତେବେ କାହିଁକି କେଉଁ କାରଣରୁ ଅଦ୍ୟବଧି ଆସାମୀ ମାନଙ୍କୁ ଗିରଫ କରାଯଉନାହିଁ କାହା ଚାପରେ ପୋଲିସ ପଡିଛି ତାକୁ ଅଖିଆଗରେ ରଖି ବିକ୍ଷୋବ ପଦର୍ଶନ କରାଯାଇଥିଲା ।
ଭିଓ୧-ଯାଜପୁର ଧର୍ମଶାଳା ବିଜେପି ପକ୍ଷରୁ ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ନେତୃତରେ ୫ଶହରୁ ଉର୍ଦ୍ଧ ମହିଳା ପୁରୁଷ କର୍ମୀ ତହସିଲ ଅଫିସ ନିକଟରୁ ଏକ ପଟୁଆରେ ବାହାରି ଧର୍ମଶାଳା ଥାନାରେ ପଂହଚିଥିଲେ । ସେଠାରେ ପଂହଚିବା ପରେ ପୋଲିସ ସହ ବିଜେଡି ଦଳ ପ୍ରତି ନତୃବୃନ୍ଦ ମାନେ ବିଷଦାଗାର କରି ବିକ୍ଷୋବ ପଦର୍ଶନ କରିଥିଲେ । ଘଟଣା ଘଟିଥିଲା ଗତ ୨୭ତାରିଖ ରାତିସାଢ଼େ୯ଟା ସମୟରେ । ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଓ ତାଙ୍କ ଦୁଇଜଣ ସହଯୋଗୀଙ୍କୁ ଇମାମନଗର ଠାରେ ତାଙ୍କ କାର ଉପରକୁ ବୋମା ମାଡ କରଯାଇଥିଲା । ବୋମା ମାଡ କରି ଦୁର୍ବତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବୋମା ମାଡରେ ସର୍ବେଶ୍ୱର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଦୁଇଜଣ ସହଯୋଗୀ ମଧ୍ୟ ଆହତ ହୋଇଥିଲେ । ଏହି ଘଟଣାକୁ ୭ଦିନ ବିତିଯାଇଥିଲେ ମଧ୍ୟ ଏପ୍ରର୍ଯ୍ୟନ୍ତ ପୋଲିସ ହାତ ଖାଲି ପଡିଛି । ଯାହାକୁ ବିଜେପି ତରଫରୁ ଦୃଢ଼ ନିନ୍ଦା କରାଯାଇଛି ।
ଏହି ଭିକ୍ଷୋବରେ ହଜାର ହଜାର କର୍ମୀ ଯୋଗଦେବା ସହ ତୁରନ୍ତ ଘଟଣାରେ ସମ୍ପୁକ୍ତ ଥିବା ଆସାମୀ ମାନଙ୍କୁ ଗିରଫ କରାଯିବାକୁ ଦାବି କରାଯାଇଛି ।ଏହି ପରିପ୍ରେକ୍ଷୀରେ ବିଜେପି ଥାନା ଅଧିକାରୀଙ୍କ ଏକ ଦାବିପତ୍ର ଦେବା ସହ ୭ଦିନ ମଧ୍ୟରେ ଯଦି ଆସାମୀ ମାନଙ୍କୁ ଗିରଫ କରାନଯାଏ ଆଗମୀ ଦିନରେ ଜିଲ୍ଳାବ୍ୟାପି ଆନ୍ଦୋଳନ ହେବା ସହ ଏହି ଘଟଣା ବିଧାନସଭା ପ୍ରର୍ଯ୍ୟନ୍ତ ଚାଲୁ ରହିବା ପାଇଁ ଧମକ ଦିଆଯାଇଛି । ଘଟଣାକୁ ଗୁରୁ୍ତର ସହ ଗ୍ରହଣ କରି ଖୁବୁ ଶିଘ୍ର ଆସାମୀ ମାନେ ଗିରଫ ହେବେ ବୋଲି ଧର୍ମଶାଳା ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କେବଳ ଯେ ଏହି ସୂଚନା ଅଧିକାରୀଙ୍କୁ ବୋମା ମାଡ ଘଟଣା ନୁହେଁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ପୋଲିସ ଗାଡି ପୋଡି କଥା ହେଉ, ପ୍ରେଟ୍ରୋଲ ଫମ୍ପରୁ ଲୁଟ ହେଉ ସବୁଥିଣେ ଯାଜପୁର ପୋଲିସ ଏବେ ଫେଲ ମାରୁଛି । ଏପରିକି ଏହି ଘଟଣା ସହିତ ଅନ୍ୟ ସମସ୍ତ ଘଟଣାରେ ଧର୍ମଶାଳା ପୋଲିସ ସଠିକ କାର୍ଯ୍ୟ କରୁନଥିବାରୁ ଧର୍ମଶାଳା ଥାନା ଅଧିକାରୀଙ୍କ ବଦଳି ଦାବି କରାଯାଇଛି । ତୁରନ୍ତ ଏଥିପ୍ରତି ସଜାଗ ରହିବା ପାଇଁ ବିୁଦ୍ଧିଜୀବିଙ୍କ ମହଲରେ ମତ ପ୍ରକାଶ ପାଇଛି ।