ଚଣ୍ଡିଖୋଲ,୨୫ ।୮-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଦପ୍ତରରେ କଣ କାର୍ଯ୍ୟ ହୋଇଅଛି ତାହାର ସବିଶେଷ ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଛି । ଭାରତ ବର୍ଷର ଯେ କୌଣସି ନାଗରିକ ଏହି ନିୟମ ଆଧାରରେ ତଥ୍ୟ ସଂଗ୍ରହ କରିବାର ବିଦ୍ଧି ବ୍ୟବସ୍ଥା ମଧ୍ୟ ରହିଅଛି । କିନ୍ତୁ ଯାଜପୁର ଜିଲ୍ଲା ବଡଚଣା ବ୍ଳକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହି ବ୍ଳକ ଅନ୍ତର୍ଗତ ସୁଙ୍ଗୁଡା ପଂଚାୟତର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଓ ଗ୍ରାମ ପଂଚାୟତ ନିଲାମ ସଂପର୍କୀୟ ତଥ୍ୟ ସୂଚନା ଅଧିକାର ନିୟମରେ ମଗାଯାଇଥିଲା । ସୂଚନା ଅଧିକାର ବର୍ଷ ଅସିମ ଉଦ୍ଦିନ ଖାଁ ୨୪.୦୬.୨୦୨୦ରେ ଏହିସବୁ ତଥ ପାଇଁ ଆବେଦନ କରିଥିଲେ । ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ୦୬/୦୮/୨୦୨୦ ପ୍ରଦାନ କରାଯାଇଥିବା ଏକ ଚିଠି ତାଙ୍କର ହସ୍ତଗତ ହୋଇଥିଲା । ଏହାପରେ ସୁଙ୍ଗୁଡା ଗ୍ରାମ ପଂଚାୟତ ପକ୍ଷରୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମଲିକଙ୍କ ଲିଖିତ ଅନ୍ୟ ଏକ ପତ୍ର ଶ୍ରୀ ଖାଁଙ୍କୁ ୭/୮/୨୦ରିଖରେ ପ୍ରାପ୍ତ ହୋଇଥିଲା । ତଥ୍ୟର ଆବଶ୍ୟକୀୟ ମୁଲ୍ୟ ଦର୍ଶାନଯାଇ ପାଂଚ ହଜାର ଟଙ୍କା ପ୍ରଦାନ ପାଇଁ ପତ୍ରରେ ଉଲ୍ଲେଖ ଥିଲା । ପଂଚାୟତ କାର୍ଯ୍ୟାଳୟରେ ପହଂଚି ୫ ଦିନ ମଧ୍ୟରେ ୧୩ନଂ ରସିଦ ଜରିଆରେ ଉକ୍ତ ଟଙ୍କା ଜମା କରିବାକୁ ମଧ୍ୟ ଦର୍ଶାଯାଇଥିଲା । ଯଦିି ଏଥିରୁ ଆପଣ ଖିଲାପ କରନ୍ତି ସୂଚନା ଅଧିକାର ନିୟମ ୨୦୦୫ ସେକ ସନ ୬/୩ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିବାକୁ ବାଧ୍ୟ ହେବୁ ବୋଲି ଧମକପୂର୍ଣ୍ଣ ଚିଠି ପ୍ରଦାନ କରାଯାଇଥିଲା । ଏଠାରେ ପ୍ରଶ୍ନ ଉଠେ ବ୍ଳକ କାର୍ଯ୍ୟାଳୟରେ ଆବେଦନ କରିବା ପରେ ତଥ୍ୟ ପ୍ରଦାନ କରିବା ଓ ଧମକପୂର୍ଣ୍ଣ ଚିଠି ଦେବାର ଗ୍ରାମ ପଂଚାୟତ ଅଧିକାରୀଙ୍କୁ କିଏ ଦେଲା । ଆବଶ୍ୟକୀୟ ଅର୍ଥ ଦର୍ଶା ନଯାଇ ନିଦ୍ଦିଷ୍ଟ ଅର୍ଥ ରାଶି ପ୍ରଦାନ କରନ୍ତୁ ଅବଶିଷ୍ଟ ଫେରସ୍ତ କରାଯିବ ଏଭଳି ନିୟମ କେବେଠାରୁ ପ୍ରଣୟନ କରାଯାଇଛି । ଏ ସଂପର୍କରେ ସ୍ଥାନୀୟ ବିଡି.ଓ ଅଜିତ ପ୍ରସାଦ ନାରାୟଣ ଗିରିଙ୍କୁ ପଚାରିବାରୁ ସେ କହିଥିଲେ ଆବଶ୍ୟକୀୟ ଅର୍ଥ ଠାରୁ ଅଧିକ ଅର୍ଥ ମାଗିବାର କୌଣସି ନିୟମ ନାହିଁ । କିଏ ଏଭଳି ବିଭ୍ରାନ୍ତିକର କାର୍ଯ୍ୟ କରୁଛନ୍ତି । ଅଭିଯୋଗ ଆସିଲେ ଆମ୍ଭେ କାର୍ଯ୍ୟାନୁଷ୍ଠାନ ନେବୁ । ଖାଁ ବିଡିଓଙଯକୁ ଏ ସଂପର୍କେô ଏକ ଲିଖିତ ଅଭିଯୋଗ ୧୭/୦୮/୨୦ରିଖରେ ପ୍ରଦାନ କରି ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଦାବୀ କରିଥିଲେ ବି ଅଦ୍ୟାବଧି କୌଣସି ସନ୍ତୋଷ ଜନକ ଉତର ମିଳିପାରି ନାହିଁ । ଏଥିରୁ ସ୍ପଷ୍ଟ ଅନୁମେୟ ସୂଚନା ଅଧିକାର ଆଇନକୁ ବଡଚଣା ବ୍ଳକ ପ୍ରଶାସନ କେଉଁଭଳି ପାଳନ କରି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରୁଛନ୍ତି । ଏଭଳି କାର୍ଯ୍ୟ ପ୍ରତି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଲେ ମିଳୁଛି ଧମକପୂର୍ଣ୍ଣ ଚିଠି, ବଡଚଣା
|
August 25, 2020 |
