ସୁ-୩୦ ଏମକେଆଇ ବାୟୁଯାନରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Spread the love

ନୂଆଦିଲ୍ଲୀ, ୨୨/୫ (ସନ୍ଧାନ ନିୟୁଜ) ଆଜି ଆଇଏଏଫ ଏହାର ଆଗଧାଡିର ବାୟୁଯାନ ସୁ-୩୦ ଏମକେଆଇରୁ ସଫଳତାର ସହ ବାୟୁ ମାର୍ଗରେ ଗତି କରୁଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ଏହି ବାୟୁଯାନରୁ ସଠିକ ଭାବେ କ୍ଷେପଣାସ୍ତ୍ରକୁ ପ୍ରେରଣ କରାଯାଇଥିଲା ଏବଂ ଏହା ସଠିକ ଦିଗରେ ଗତି କରି ଲକ୍ଷ୍ୟସ୍ଥଳକୁ ଭେଦ କରିଥିଲା। ବାୟୁମାର୍ଗରୁ ସ୍ଥଳଭାଗରେ ଗତି କରୁଥିବା ଏହି କ୍ଷେପଣାସ୍ତ୍ର ହେଉଛି ଏକ ସୁପରସୋନିକ କ୍ରୁଜ ମିସାଇଲ ଓ ଏହାର ଓଜନ ହେଉଛି ୨.୫ ଟନ। ଏହି କ୍ଷେପଣାସ୍ତ୍ରର ମାରକ କ୍ଷମତା ହେଉଛି ୩୦୦କିମି ଏବଂ ଏହାର ଡିଜାଇନ ପ୍ରସ୍ତୁତ କରିଛି ବିଏପିଏଲ।

ବିଶ୍ୱର ପ୍ରଥମ ବାୟୁ ସେନା ଭାବେ ଆଇଏଏଏଫ ପୂର୍ବରୁ ୨୦୧୭ ନଭେମ୍ବର ୧୭ ତାରିଖରେ ଏହି କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରୁ ସମୁଦ୍ର ମଧ୍ୟରେ ସଫଳ ପରୀକ୍ଷଣ କରିଥିଲା। ଆଜି ଏହି କ୍ଷେପଣାସ୍ତ୍ରର ଏହିପରି ଭାବେ ଦ୍ୱିତୀୟ ସଫଳ ପରୀକ୍ଷଣ ଥିଲା। ଏହି କ୍ଷେପଣାସ୍ତ୍ରର ସମନ୍ୱୟ ଏକ ଜଟିଳ ପ୍ରକ୍ରିୟା ଯାହାର ପରୀକ୍ଷଣ ପାଇଁ ବାୟୁଯାନର ଯାନ୍ତ୍ରିକ, ବୈଦ୍ୟୁତିକ ଏବଂ ସପ୍ଟୱେୟାର କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇଛି। ଆରମ୍ଭ ଦିନରୁ ଆଇଏଏଫ ଏହି କାର୍ଯ୍ୟଧାରାରେ ଲାଗିରହିଛି। ଆଇଏଏଫର ଇଂଜିନିୟରମାନେ ବାୟୁଯାନର ସପ୍ଟୱେୟାର ନିର୍ମାଣ କରିଛନ୍ତି ଏବଂ ହାଲର ଇଂଜିନିୟରମାନେ ଏହାର ଯାନ୍ତ୍ରିକ ଓ ବୈଦ୍ୟୁତିକ ନିର୍ମାଣ କରିଛନ୍ତି। ଏପରି ଏକ ଜଟିଳ ସମନ୍ୱୟମୂଳକ ପରୀକ୍ଷଣକୁ ସଫଳ କରିବାରେ ଆଇଏଏଫ, ଡିଆରଡିଓ, ବିଏପିଏଲ ଓ ହାଲର କାର୍ଯ୍ୟକର୍ତାମାନଙ୍କ ଉତ୍ସର୍ଗୀକୃତ ପ୍ରୟାସ ଦେଶର ସାମର୍ଥ୍ୟକୁ ପ୍ରତିପାଦିତ କରିଛି।

Related Posts

About The Author

Add Comment