ସୁସ୍ଥ ଓ ସ୍ୱଚ୍ଚ୍ଥ ପରିବେଶ ପାଇଁ ପଥପ୍ରାନ୍ତ ନାଟକ ପରିବେଷିତ ।

Spread the love

ଯାଜପୁର୧୧/୦୧/୨୦୧୨ (ସନ୍ଧାନ ନିଉଜ) : ପ୍ରତ୍ୟେକ ନାଗରିକ ସୁସ୍ଥ, ସ୍ୱଚ୍ଚ୍ଥ ଓ ଭଲ ପରିବେଶରେ ରହିବା ଉଚିତ । ସଚେତନ ହେବା ଓ ଅନ୍ୟ ମାନଙ୍କୁ ସଚେତନ କରାଇ ପାରିଲେ ସୁସ୍ଥ ପରିବେଶ ପାଇଁ ମାର୍ଗ ପ୍ରଶସ୍ତ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ମତ ବ୍ୟକ୍ତ କରିଚ୍ଥନ୍ତି । ସୋମବାର ପୂର୍ବାହ୍ନରେ ଯାଜପୁର ପୈାରପାଳିକା କାର୍ଯ୍ୟାଳୟ ଠାରେ ସ୍ୱଚ୍ଚ୍ଥ ସର୍ବେକ୍ଷଣ ୨୦୨୨ ଆଧାରରେ ସୁଇପଂ୍ଟ କଲଚରାଲ ଟ୍ରଷ୍ଟ ପକ୍ଷରୁ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା । ଏହି ନାଟକକୁ ଉଦ୍‌ଘାଟନ କରି ଅତିରିକ୍ତ ଜିଲ୍ଳ୍‌ାପାଳ ତଥା ପୈାର ପ୍ରଶାସକ ଶ୍ରୀ ମଲ୍ଲିକ ସ୍ୱଚ୍ଚ୍ଥ ଓଡିଶା, ସୁସ୍ଥ ଓଡିଶାକୁ କାର୍ଯ୍ୟକାରୀ କରିବାକୁ ବିବିଧ ପଦକ୍ଷେପ ଗ୍ରହଣ କରାଯାଉଚ୍ଥି ବୋଲି କହିଥିଲେ । ସ୍ୱଚ୍ଥ ସ୍‌ାଥୀ, ପରିମଳ କର୍ମଚାରୀଙ୍କ ଦ୍ୱାରା ପରିବେଶ ସ୍ୱଚ୍ଚ୍ଥତା ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ନାଗରିକ ମାନଙ୍କୁ ସେମାନଙ୍କ ଦାୟିତ୍ୱ ସଂପର୍କରେ ଅଧିକ ସଚେତନ ପାଇଁ ଏହି ପଥପ୍ରାନ୍ତ ନାଟକର ବ୍ୟବସ୍ଥା କରାଯାଉଚ୍ଥି ବୋଲି ଶ୍ରୀ ମଲ୍ଳିକ ସୂଚନା ଦେଇଥିଲେ । ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଜନ ସଚେତନତା ଯେ କୈାଣସି ଯୋଜନା ପାଇଁ ବହୁତ ଗୁରୁତ୍ୱ ବହନ କରିଥାଏ । ହୋଡିଂ, ପୋଷ୍ଟର, ଡାକବାଜି ଯନ୍ତ୍ର, ବିଜ୍ଞାପନ ଇତ୍ୟାଦି ସହ ପଥପ୍ରାନ୍ତ ନାଟକ ବା ଲୋକକଳା ମାଧ୍ୟମରେ ମଧ୍ୟ ବିଭିନ୍ନ ଯୋଜନାକୁ ପ୍ରଦର୍ଶିତ କରାଯାଇ ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରାଯାଉଚ୍ଥି ବୋଲି ସେ କହିଥିଲେ । ସାଧାରଣ ଜନତା ମନୋରଂଜନ ସହ ସଚେତନ ରହିବାକୁ ସେ ଅନୁରୋଧ କରିଥିଲେ । ପରେ ସ୍ୱଚ୍ଚ୍ଥତା କ୍ଷେତ୍ରରେ ଊଲ୍ଳେଖନୀୟ କାର୍ଯ୍ୟ ପାଇଁ ସ୍ୱଚ୍ଚ୍ଥ ସାଥୀ ଓ କର୍ମଚାରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ସୁଇପଂ୍ଟ କଲଚରାଲ ଟ୍ରଷ୍ଟ ସ୍ୱଚ୍ଚ୍ଥତା କିପରି ଦୈନନ୍ଦିନ ଜୀବନରେ ଜରୁରୀ ଓ ଅସ୍ୱଚ୍ଚ୍ଥ ପରିବେଶ କିପରି ଜୀବନକୁ ପ୍ରଭାବିତ କରେ ସେ ସଂପର୍କରେ ପଥପ୍ରାନ୍ତ ନାଟକ କରିବେଷଣ କରିଥିଲେ । ଏହି କଳାକାର ମାନଙ୍କ ଦ୍ୱାରା ଯାଜପୁର ପୈାର ପାଳିକାର ୮ ଟି ସ୍ଥାନରେ ସଚେତନତା ସୃଷ୍ଟିର କାର୍ଯ୍ୟକ୍ରମ ରହିଚ୍ଥି ବୋଲି ସାନିଟେସନ ଏକ୍ସପର୍ଟ ଦେବାଶିଷ ଭୂୟାଁ, ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୁନିସିପାଲିଟି ଇଂଜିନିୟର ହୀରକ ସିଂ, ମୁଖ୍ୟ କିରାଣୀ ପ୍ରଦୀପ କୁମାର ନାୟକ, ବରିଷ୍ଠ ସହାୟକ ବିଜୟ କୁମାର ପତି ଓ ଅନ୍ୟାନ୍ୟ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ୱଚ୍ଚ୍ଥ ସାଥୀ, ସପେଂଇ କର୍ମଚାରୀ ଓ ସାଧାରଣ ଲୋକମାନେ ଯୋଗ ଦେଇଥିଲେ ।

Related Posts

About The Author

Add Comment