ସୁର୍କାବାଡ଼ି ଗ୍ରାମ ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀଙ୍କ `ମନ୍ କୀ ବାତ୍’

Spread the love

ନୟାଗଡ/ରଣପୁର, (ସନ୍ଧାନ ନିଉଜ/ନିରଞ୍ଜନ ମହାପାତ୍ର)ପ୍ରଧାନ ମନ୍ତ୍ରୀ ଙ୍କ 100ତମ `ମନ୍ କୀ ବାତ୍’ କୁ ପାଳନ କରିଛନ୍ତି ନୟାଗଡ ଜିଲ୍ଲା ରଣପୁର ବ୍ଲକ ସୁର୍କାବାଡ଼ି ଗ୍ରାମ ପଞ୍ଚାୟତରେ ।ଏଥିରେ ସରପଞ୍ଚ ସୁନିତା ମହାପାତ୍ର ଙ୍କ ସହ ଅନେକ ଲୋକ ଯୋଗ ଦେଇଥିଲେ ! ରେଡିଓ ଓ ଦୂରଦର୍ଶନରେ ମନର କଥା କହିଲେ ମୋଦି । `ମନ କୀ ବାତ୍‌’ର 100ତମ ଏପିସୋଡ୍‌ରେ ଆପଣମାନଙ୍କଠାରୁ ଶୁଭେଚ୍ଛା ପାଇଛିକହିଥିଲେ । ଆପଣମାନଙ୍କଠାରୁ ଲକ୍ଷାଧିକ ଚିଠି ପାଇଛି, ମୋତେ ଏହା ଅଭିଭୂତ କରିଛି । `ମନ୍ କୀ ବାତ୍’ରେ କୋଟି କୋଟି ଲୋକ ଯୋଡ଼ି ହୋଇଛନ୍ତି । `ମନ୍ କୀ ବାତ୍’ ମୋ ଭାବନା ଓ କର୍ତ୍ତବ୍ୟ ସହ ଯୋଡ଼ି ହୋଇ ରହିଛି’। ବେଟି ବଚାଓ ବେଟି ପଢ଼ାଓରୁ ଆରମ୍ଭ କରି ଅନେକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି ମନ୍ କି ବାତ୍‌ରେ । `ମନ୍ କୀ ବାତ୍’ ଜନ ଆନ୍ଦୋଳନରେ ପରିଣତ ହୋଇଛି, ଏହା ଆପଣମାନେ କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କୋଟି କୋଟି ଲୋକଙ୍କ ସହ ଯୋଡ଼ି ହୋଇ ରହିବା ମୋର ଉଦ୍ଦେଶ୍ୟ ଥିଲା । `ମୁଁ ଆପଣମାନଙ୍କଠାରୁ ଦୂରରେ ନାହିଁ, ଆପଣମାନଙ୍କ ନିକଟରେ ଅଛି’ । ଦେଶର ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ମୁଁ ପ୍ରେରଣା ପାଇଛି । ମନ୍ କୀ ବାତ୍’ ମୋ ପାଇଁ ଆସ୍ଥା, ପୂଜା ଓ ବ୍ରତ । ଆମେ ଅନ୍ୟମାନଙ୍କ ଗୁଣକୁ ପ୍ରଶଂସା କରିବା ସହ ତାଙ୍କୁ ଉତ୍ସାହିତ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Related Posts

About The Author

Add Comment