ଭଦ୍ରକ, ୦୩/୦୫/୨୦ (ସନ୍ଧାନ ନିଉଜ) : ଗୁଜୁରାଟର ସୂରତରେ ରହି କାମ କରୁଥିବା ଭଦ୍ରକ ଜିଲ୍ଲାର ଶହଶହ ପ୍ରବାସୀ ଭଦ୍ରକ ଜିଲ୍ଲା ଅଧିବାସୀ ଭଦ୍ରକ ଅଭିମୁଖେ ଫେରୁଛନ୍ତି । ସୂରତ ଜିଲ୍ଲା ପ୍ରଶାସନର ସହଯୋଗରେ ବସ୍ ଯୋଗେ ଏହି ଶ୍ରମିକମାନେ ଫେରୁଥିବା ସୂଚନା ମିଳିଛି । ଆଜି ସୁଦ୍ଧା ମୋଟ ୨୮୧ଜଣ ସୂରତ ଫେରନ୍ତା ପ୍ରବାସୀ ଭଦ୍ରକବାସୀ ପହଞ୍ଚି ସାରିଛନ୍ତି । ବସ୍ ଭଦ୍ରକର ଭଣ୍ଡାରିପୋଖରୀ ଠାରେ ପହଞ୍ଚିବା ପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ସେମାନଙ୍କୁୁ କ୍ୱାରେଣ୍ଟାଇନ କରାଯାଇଛି । ସମସ୍ତ ପ୍ରବାସୀଙ୍କ ସ୍ୱାବ ସଂଗ୍ରହ କରାଯିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଯାଇଛି । ଏହି ସୂରତ ଫେରନ୍ତାଙ୍କୁ ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଇ ଦିଆ ଯାଇଛି । ଏହି ସବୁ ସୂରତ ଫେରନ୍ତାମାନେ ନିଜସ୍ୱ ପ୍ରଚେଷ୍ଟାରେ ସେଠାକାର ପ୍ରଶାସନର ସହଯୋଗରେ ଫେରୁଛନ୍ତି । ଏହା ବ୍ୟତୀତ ପ୍ରଶାସନ ପକ୍ଷରୁ ଜାରି ରହିଥିବା କଣ୍ଟେନମେଣ୍ଟ ଜୋନ କଟକଣା ପୂର୍ବବତ୍ ବଳବତ୍ତର ରହିଛି । ପ୍ରଶାସନ ପକ୍ଷରୁ ଜିଲ୍ଲା ତମାମ ରନ୍ଧାଖାଦ୍ୟ ଯୋଗାଣ ହୋଇଛି । ବହିରାଗତ ଶ୍ରମିକ ୩୫୧୮ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବା ବେଳେ ନିଃସହାୟ, ଅନାଥ, ପୀଡିତ ୧୭ହଜାର ୬୩୩ ଜଣଙ୍କୁ ଖାଦ୍ୟ ଯୋଗାଣ ହୋଇଛି । ସେହିଭଳି ଭାବେ ଜିଲ୍ଲା ପୁଲିସ ପକ୍ଷରୁ ବିନା ମାସ୍କଧାରୀଙ୍କ ଠାରୁ ୧୭ ହଜାର ୬ଶହ ଟଙ୍କା ଜୋରିମାନା ଆଦାୟ ହୋଇଥିବା ବେଳେ ୧୬୮ଟି ବାଇକ ଜବତ କରାଯାଇ ୧ଲକ୍ଷ ୫୯ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି ।
ସୁରତରୁ ଭଦ୍ରକ ଫେରିଲେ ୨୮୧ ପ୍ରବାସୀ ଭଦ୍ରକବାସୀ
|
May 3, 2020 |
