ନୂଆଦିଲ୍ଲୀ, ୧୧/୧୧ (ସନ୍ଧାନ ନିଉଜ) : ଅତି ସମ୍ଵେଦନଶୀଳ ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ଶୁଣାଇଥିବା ସୁପ୍ରିମକୋର୍ଟର ପାଞ୍ଚ ଜଣ ବିଚାରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏସ୍. ଅବଦୁଲ ନଜୀର ଏବଂ ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ ପାଞ୍ଚ ଜଣିଆ ଖଣ୍ଡପୀଠରେ ସାମିଲ ଥିଲେ। ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଅତିରିକ୍ତ ଯବାନଙ୍କୁ ନିୟୋଜିତ କରାଯାଇଛି। ଏହା ସହ ବିଚାରପତିଙ୍କ ଘରକୁ ଯିବା ଆସିବା କରୁଥିବା ରାସ୍ତାରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। କେବଳ ସେତିକି ନୁହେଁ ଏହି ପାଞ୍ଚ ଜଣ ବିଚାରପତି ଯିବା ଆସିବା କରିବା ସମୟରେ ସେମାନଙ୍କ ସହ ସଶସ୍ତ୍ର ଗାଡି ଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି।
ସୁରକ୍ଷା ବ୍ୟବସ୍ଥା ବଢିଲା ; ଅଯୋଧ୍ୟା ମାମଲାରେ ରାୟ ଶୁଣାଇଥିବା ୫ ବିଚାରପତିଙ୍କ
|
November 11, 2019 |



