ସୁରକ୍ଷା ବାହିନୀର ଗୁଳିରେ ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର କୁଞ୍ଜମ ମୃତ; ମୁଣ୍ଡ ଉପରେ ଥିଲା ୮ ଲକ୍ଷର ପୁରସ୍କାର

Spread the love

 ଛତିଶଗଡ଼,୨/୫ (ସନ୍ଧାନ ନିୟୁଜ): ଛତିଶଗଡ଼ ଦାନ୍ତେଓ୍ଵାଡ଼ାର ଘଞ୍ଚ ଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରିଥିବା ଏକ ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡରକୁ ଆଜି ନିପାତ କରିଛନ୍ତି ସୁରକ୍ଷା ବାହିନୀର ଯବାନମାନେ। ସୁରକ୍ଷା ବାହିନୀର ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିବା ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡରର ନାମ ହେଉଛି ମାଡଭୀ ମୂୟା ଓରଫ ଯୋଗା କୁଞ୍ଜମ୍‌ (୨୯)। ମୃତ କୁଞ୍ଜମର ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଆଜି (ଗୁରୁବାର) ପ୍ରତ୍ୟୁଷରେ ଆଣ୍ଟି ନକ୍ସଲ ଅପରେସନ୍‌ ସ୍କାର୍ଡର ଯବାନମାନେ ଦାନ୍ତେଓ୍ଵାଡ଼ାର ପେରପା ଓ ମାରକାମରି ଜଙ୍ଗଲ ମଧ୍ୟରେ ପାଟ୍ରୋଲିଂ କରୁଥିବା ସମୟରେ ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡରର ନାମ ହେଉଛି ମାଡଭୀ ମୂୟା ଓରଫ ଯୋଗା କୁଞ୍ଜମ୍‌ ସେଠାରେ ଆତ୍ମଗୋପନ କରିଥିବା ଖବର ପାଇଥିଲେ। ପରେ, ସେମାନେ ତାକୁ ଧରିବା ପାଇଁ ସୁରକ୍ଷା ବାହିନୀର ଯବାନମାନେ ତା’ଆଡ଼କୁ ଅଗ୍ରସର ହୋଇଥିଲେ। ତେବେ ଏ ଘଟଣା ଦେଖି ନକ୍ସଲ କୁଞ୍ଜମ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଦୀର୍ଘ ସମୟ ଧରି ଏନ୍‌କାଉଣ୍ଟର ଚାଲିବା ପରେ ଶେଷରେ ସୁରକ୍ଷା ବାହିନୀର ଯବାନଙ୍କ ଗୁଳିରେ କୁଞ୍ଜମ୍‌ ପ୍ରାଣ ହରାଇଥିଲା। ପରେ ଯବାନ୍‌ମାନେ ତା’ ମୃତ ଦେହକୁ ଜବତ କରିବା ସହ ତା’ ନିକଟରୁ ୩୧୫ ବୋରର ଦୁଇଟି ବନ୍ଧୁକକୁ ମଧ୍ୟ ଜବତ କରିଥିଲେ।

Related Posts

About The Author

Add Comment