ନୂଆଦିଲ୍ଲୀ, ୪ା୧୧: ଶଙ୍ଖକ୍ଷେତ୍ର ପୁରୀ ବଡ଼ଦେଉଳ ଜଗନ୍ନାଥ ମନ୍ଦିରର ମାମଲା ହୋଇଥିଲା । ଏହି ମାମଲାର ମଧ୍ୟବର୍ତ୍ତୀକାଳୀନ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ୨୨ଟି ନିର୍ଦ୍ଦେଶ ଦେଇଛନ୍ତିି ସୁପ୍ରିମକୋର୍ଟ । ବଡ ଦେଉଳର ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ବଡ ଦେଉଳର ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଭକ୍ତମାନଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି । ଏକ ମାମଲାରେ ଜୋରିମାନା ଆକାରରେ କୋର୍ଟଙ୍କୁ ୬.୫କୋଟି ଦେବ ବଡ ଦେଉଳର ପ୍ରଶାସନ ।