ସୁପ୍ରିମକୋର୍ଟଙ୍କ ନିୟମକୁ ଦଳିଦେଲେ! ରାତି ୧୦ପରେ ଫୁଟିଲା ବାଣ,ବାଜିଲା ଡିଜେ

Spread the love

ରାଉରକେଲା, ୨୨/୧୦ (ସନ୍ଧାନ ନିୟୁଜ) : ଗତ ରବିବାର ରାଉରକେଲାରେ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ଚଳିତ ବର୍ଷର ଲକ୍ଷ୍ମୀପୂଜା ମେଲଣ ସାରନଗରୀରେ ଓ ଭସାଣ ଉତ୍ସବ ବାଲୁଘାଟରେ ଅନୁଷ୍ଠିତ ହୋଇଥିଲା । ମେଲଣରେ ଆତସବାଜି କରିବାକୁ ପ୍ରଶାସନ ତରଫରୁ ଅନୁମତି ଦିଆନଯିବାରୁ ମେଲଣ ପଡ଼ିଆରେ ଉପସ୍ଥିତ ଶହଶହ ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଅପରପକ୍ଷରେ ଗତକାଲି ସୋମବାର ରାଉରକେଲା ସାରନଗରୀ ଅଂଚଳରେ ୪ଟି ଲକ୍ଷ୍ମୀମେଢର ଭସାଣ ହୋଇଥିଲା । ଭସାଣ ସମୟରେ ଖୁଲମଖୁଲା ଭାବେ ପ୍ରଶାସନ ନିୟମକୁ ସମୂର୍ଣ୍ଣ ଭାବେ ଦଳିଚକଟି ଦିଆଯାଇଥିଲା । ରାତି ୧୦ଟା ପରେ ମଧ୍ୟ ବାଣର ଢୋ ଢା ଶଦ୍ଦ ଜନସାଧାରଣଙ୍କ କାନକୁ ସଷ୍ଟ ବାରି ହୋଇ ପଡୁଥିଲା । ସେହିପରି ଡିଜେ ସାଉଣ୍ଡ ବାଜିବା ସମୟରେ ସାରନଗରୀ ଅଂଚଳରେ ରହୁଥିବା ଶିଶୁ, ବୟସ୍କ ଓ ହୃଦରୋଗୀ ପ୍ରଭାବିତ ହୋଇଥିଲେ । ଭସାଣ ସମୟରେ ଏସବୁ ଦୃଶ୍ୟ ପୁଲିସ ଆଖି ଆଗରେ ହେଉଥିଲେ ମଧ୍ୟ ପୁଲିସ ମୂକସାକ୍ଷୀ ସାଜିବା ବୁଦ୍ଧିଜିବୀ ମହଲରେ ତ୍ରୀବ ପ୍ରତିକ୍ରୀୟା ସୃଷ୍ଟି କରିଛି । ଲକ୍ଷ୍ମୀମେଢ ଭସାଣ ସାରନଗରୀ ମଙ୍ଗଳା ଛକ ପହଂଚିବା ପରେ ଦୁଇ ପୂଜା କମିଟି ମଧ୍ୟରେ ସାମାନ୍ୟ ବଚସା ହୋଇଥିଲେ ମଧ୍ୟ ପରବର୍ତି ଅବସ୍ଥାରେ ସ୍ଥିତିରେ ସୁଧାର ଆସିଥିଲା । ଲକ୍ଷ୍ମୀ ମେଢ ଭସାଣ ସମୟରେ ଟ୍ରାଫିକ ବ୍ୟବସ୍ଥା ଚରମସୀମାରେ ପହଂଚି ଯାଇଥିଲା । ଦ୍ରୁତଗାମୀ ବସ ଫୌଜି ସାରନଗରୀ ବସଷ୍ଟାଣ୍ଡ ଛାଡ଼ିବା ସମୟରେ ଲକ୍ଷ୍ମୀମେଢ ଆଗରେ ଥିବାରୁ ବହୁ ସମୟ ଧରି ଅଟକି ରହିଥିଲା, ଯାହାଫଳରେ ବସ ମଧ୍ୟରେ ଥିବା ଯାତ୍ରୀ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ପ୍ରଶାସନ ରାତି ୧୦ ପରେ ବାଣ, ବାଜା, ଡିଜେ ବାଜିବ ନାହିଁ  ବୋଲି କଟକଣା କରିଥିବା ବେେ. ସାରନଗରୀରେ ଏହି କଟକଣାକୁ କାହିଁକି ଲାଗୁ କରାଗଲା ନାହିଁ, ତାହା ଏବେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।

Report- S Nayak

Related Posts

About The Author

Add Comment