ସୁପାରିସରେ ରହିଗଲା ଅଡିଟ୍ ରିପୋର୍ଟ

Spread the love

ଚାନ୍ଦବାଲି, 09.12.2020 (ଲିଙ୍ଗରାଜ ପଣ୍ଡା): ୨୦୧୭-୧୮ରେ ଚାନ୍ଦବାଲି ବ୍ଲକ ରେ ହୋଇଥିବା ଅଡିଟ ରିପୋର୍ଟ ସୁପାରିସ ଉପରେ ଏଯାଏ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ରାଜ୍ୟରେ ସ୍ବଚ୍ଛ ଶାସନ ଚାଲିଛି ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ସରକାରଙ୍କ ସ୍ଲୋଗାନ୍ କିଭଳି କାର୍ଯ୍ୟକାରୀ କରୁଛି ତାର ନମୁନା ପାଲଟିଛି ଚାନ୍ଦବାଲି ବ୍ଲକ ବୋଲି ଆଲୋଚନା ହୁଏ ସୂଚନା ଅନୁଯାୟୀ ୨୦୧୭-୧୮ ମସିହା ପାଇଁ ହୋଇଥିବା ଅଡିଟରେ ବୁକରେ ୭ କୋଟି ଟଙ୍କାର ବିଭିନ ଖର୍ଚ ଉପରେ ଅଡିଟ ଅଭିଯୋଗ କରିଛି । ତନ୍ମଧ୍ୟରୁ ବ୍ଲକରେ କାର୍ଯ୍ୟରତ ତଥା ବଦଳି, ଅବସର, ବହିଷ୍କାର ହୋଇଥିବା କର୍ମଚାରୀଠାରୁ ୧୮ ରକ୍ଷରୁ ଉଦ୍ଧି ଟଙ୍କ ଆଦାୟ ପାଇଁ ସୁପାରିସ କରାଯାଇଥିଲା  ହେଲେ ଏଯାଏ ଟଙ୍କାଟିଏ ବି ଆଦାୟ ହୋଇନି। ଅଡିଟରୁ ଜଣାପଡ଼ିଛି ଯେ ବ୍ଲକରେ ବ୍ୟାଙ୍କ ବହି ଓ ବ୍ଲକ କ୍ୟାସ ବହିରେତାଳମେଳ ନାହିଁ । ବ୍ଲକରେ ବହୁ ଗୁରୁତ୍ବପୂର୍ଣ୍ଣ ରେକର୍ଡ ମେଣ୍ଟନ ହେଉନି। କର୍ମଚାରୀଙ୍କଠାରୁ ପ୍ରଫେସନାଲ ଟାସ୍କ, ଇନକମ ଟାକ୍ସ ବି ସଠିକ୍ ଭାବେ ଆଦାୟ ହେଉନି । ନଳକୂପ ମରାମତି ପାଇଁ ଉଦ୍ଦିଷ୍ଟ ଯନ୍ତ୍ରୀଶ ବାବଦ ୧୩ ଲକ୍ଷରୁ ଉଦ୍ଧ ଟଙ୍କାର ହିସାବ ଦେବାରେ ବିଫଳ ହୋଇଛନ୍ତି ବିଭାଗୀୟ ଅଧୁକାରୀ  ଫଳରେ ଅଡିଟ ଟିମ୍ ଏହା ଉପରେ ଆପତ୍ତି ଉଠାଇଛନ୍ତି  ବନ୍ଦ ହୋଇଯାଇଥିବା ପାଞ୍ଚଟି ଯୋଜନାରେ ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ପଡ଼ିରହିଛି ହେଲେ ଖାତା ବନ୍ଦ ହୋଇନି କି ସେ ଅର୍ଥ ଫେରାଯାଇନି । ଉପରିସ୍ଥ ଅଧୁକାରୀଙ୍କ ବିନା ଅନୁମତିରେ, ବିନା ଟେଣ୍ଡର ତଥା ବିନା କ୍ରୟ କମିଟିରେ ବ୍ଲକରେ ୭ ଲକ୍ଷରୁ ଉଦ୍ଧି ଟଙ୍କାରେ କାର୍ଯ୍ୟାଳୟର ଆସବାବପତ୍ର କିଣାଯାଇଛି । ଯାହା ଉପରେ ଅଡିଟ ଟିମ୍ ଆପତ୍ତି ଉଠାଇଛନ୍ତି । ବ୍ଲକରେ ଥିବା ସରକାରୀ ଗାଡ଼ି ଓ ଆବାସ ଯୋଜନା ପାଇଁ ଥିବା ଭଡ଼ା ଗାଡ଼ିର ବ୍ୟାପକ ଦୁରୁପଯୋଗ ହୋଇଛି । ଯାହା ଉପରେ ଟିମ୍ ଆପତ୍ତି ଉଠାଇଥିବା ବେଳେ ଖର୍ଚ୍ଚ ହୋଇଥିବା ଅଧ୍ବକ ତେଲ ଟିକା ଫେରସ୍ତ ପାଇଁ ସୁପାରିଶ କରାଯାଇଛି । ବିଭିନ୍ନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳରେ ମଜ୍ଜିଲ ପାଇଁ ଅର୍ଥ ଦିଆଯାଇଛି। ହେଲେ ବିନିଯୋଗ ପ୍ରମାଣପତ୍ର ନାହିଁ । ମନରେଗା ବ୍ୟାଙ୍କପାସ୍ ବହି ଓ ବ୍ଲକ କ୍ୟାସ ବହିରେ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର  ହିସାବ ଅମେଳର ଅଭିଯୋଗ ହୋଇଛି । ୪୦ ହଜାର ଟଙ୍କାରେ ଜେରକ୍ସ ମେସିନ ନ କିଣି ୧ ଲକ୍ଷରୁ ଅଧିକ । ଟଙ୍କା ଜେରକ୍ସ ବାବଦରେ ଖର୍ଚ୍ଚ କରାଯାଇଛି  ସେଥିପାଇଁ  ଅଡିଟ ଟିମ୍ ତତ୍କାଳୀନ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠା ଯନ୍ତ୍ରୀ, ମୁଖ୍ୟ କିରାଣି, ଆର୍ଥିକ ଅଧୁକାରୀଙ୍କଠାରୁ ୧୮ ଲକ୍ଷରୁ ଅଧୁକ ଟଙ୍କା ଆଦାୟ ପାଇଁ ସୁପାରିଶ କରିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ଏଠାରେ ଥିବା ବିଡିଓ ମନୋଜ ପାତ୍ରଙ୍କ ଉପରେ ୧ ଲକ୍ଷ ୭୧ ହଜାର ଟଙ୍କାରୁ ଅଧୁକ ଆଦାୟ ସୁପାରିସ କରିଛି ଅଡିଟ ବିଭାଗ ହେଲେ ସେ ଏବେ ବଦଳି ହୋଇଯାଇଛନ୍ତି । ତତ୍କାଳୀନ ସହକାରୀ ଯନ୍ତ୍ରୀ  ଶଶିକାନ୍ତ ପତିଙ୍କ ଉପରେ ୭ ଲକ୍ଷରୁ ଅଧୁକ ଟଙ୍କା ଆଦାୟ ସୁପାରିଶ ହୋଇଥିବା ବେଳେ ତାଙ୍କୁ ଭିଜିଲାନ୍ସ ମାମଲାରେ ଚାକିରିରୁ ବହିଷ୍କାର କରାଯାଇଛି । ତତ୍କାଳୀନ ମୁଖ୍ୟ କିରାଣି ମାନଗୋବିନ୍ଦ ଦାସଙ୍କ ଠାରୁ ୧ ଲକ୍ଷରୁ ଉଦ୍ଧି ଆଦାୟ ସୁପାରିସ ହୋଇଥିବା ବେଳେ ସେ ଚାକିରିରୁ ଅବସର ଗ୍ରହଣ କରି ସାରିଲେଣି। ଉପରୋକ୍ତ ଅଡ଼ିଟ ରିପୋର୍ଟ ଉପରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ଅନିୟମିତତା ବାବଦରେ ଜିଲାପାଳ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତଥା ପଞ୍ଚାୟତିରାଜ ବିଭାଗ କ’ଣ କରୁଛି ତା’ ଉପରେ ସମସ୍ତଙ୍କ ନଜର  ଅଭିଯୋଗ ସମ୍ବନ୍ଧରେ ବିଡିଓ ଜ୍ୟୋତିବିକାଶ ଦାସଙ୍କୁ ପଚାରିବାରୁ ସରକାରୀ ପଇସା ଫେରାଇ ଆଣିବାକୁ ଉଦ୍ୟମ କରାଯିବ, ଆଇନ ତା’ ବାଟରେ ଯିବା ବୋଲି ପ୍ରକାଶ କରିଛନ୍ତି ।

Related Posts

About The Author

Add Comment