ସୁନ୍ଦରିଆ ପ୍ରିମିୟର ଲିଗ: ତୃତୀୟ ଦିବସରେ ବାଘସାହି ଏବଂ ନିଳାମ୍ବରପୁର ବିଜୟ

Spread the love

ଯାଜପୁର, 4/1 (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆ ନିୟୁ ଲାଇଫ ୟୁଥ କ୍ଲବ ପକ୍ଷରୁ ମା ମୋତେଇ ପଡିଆରେ ଚାଲିଥିବା ସୁନ୍ଦରିଆ ପ୍ରିମିୟର ଲିଗ୍ର ୩ୟ ଦିବସରେ ବାଘସାହି ଏବଂ ନିଳାମ୍ବରପୁର ବିଜୟ ଲାଭ କରି କ୍ୱାଟରେ ପ୍ରବେଶ କରିଛନ୍ତି । ପ୍ରଥମ ମ୍ୟାଚରେ ବାଘସାହି ଏବଂ ଚହଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଟଚ ଜିତି ବାଘସାହି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ସମସ୍ତ ୱକେଟ ହରଇ ୧୭୪ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ଇର୍ରାନ ଖାଁ ୨୯ବଲରେ ୫୫ରନ୍ ଏବଂ ରାଜା ବାରିକ ୧୨ବଲରେ ୩୩ରନ୍ ସଂଗ୍ରହ କରିଥିଲେ । ବପକ୍ଷ ଦଳର ବୋଲର ସୌଭାଗ୍ୟ ମୁଦୁଲି ୩ଓଭରରେ ୩୦ରନ୍ ଦେଇ ୨ଟି ୱକେଟ ଏବଂ ଧିରେନ୍ଦ୍ର ସାମଲ ୩ଓଭରରେ ୩୫ରନ୍ ଦେଇ ୨ଟି ୱକେଟ୍ ଅକ୍ତିଆର କରିଥିଲେ । ଜବାବରେ ଚହଟା ଦଳ ୧୫ଓଭରରେ ସୁଧା ସମସ୍ତ ୱକେଟ ହରାଇ ୯୩ରନ୍ କରି ପରାଜୟ ବରଣ କରିଥିଲା । ଦଳପକ୍ଷରୁ ସେକ୍ ୱଜିତ ୧୯ବଲରେ ୨୪ରନ୍ ଏବଂ ଧିରେନ୍ଦ୍ର ସମାଲ ୧୧ବଲରେ ୧୫ରନ୍ ସଂଗ୍ରହ କରିିଥିଲେ । ବିପକ୍ଷ ଦଳର ବୋଲର ସୁରେଶ ସେଠୀ ୩ ଓଭରରେ ୬ରନ୍ ନେଇ ୩ଟି ୱକେଟ ଏବଂ ରାଜା ବାରିକ ୩ଓଭରରେ ୧୩ରନ୍ ଦେଇ ୨ଟି ୱକେଟ ଅକ୍ତିଆର କରିଥିଲେ । ୨ୟ ପ୍ରର୍ଯ୍ୟୟ ମ୍ୟାଚ ପିସିସି ହରିପୁର ଏବଂ ନିଳାମ୍ବରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ହରିପୁର ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ଓଭରରେ ୮ୱକେଟ ହରାଇ ୧୪୬ ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ରଂଟୁ ରାଉତ ୨୨ବଲରେ ୪୭ରନ୍ ଏବଂ ଟୁକୁନା ମାଝି ୧୫ବଲରେ ୨୫ରନ୍ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ରାଜେଶ ପହି ୩ଓଭରରେ ୩୨ରନ ଦେଇ ୪ଟି ୱକେଟ ଏବଂ ଶିବ ପ୍ରସାଦ ୨ଓଭରରେ ୧୫ରନ୍ ଦେଇ ୧ଟି ୱକେଟ ଅକ୍ତିଆର କରିଥିଲେ । ଏହାର ଜବବାରେ ନିଳାମ୍ବର ଦଳ ବ୍ୟାଂଟି ଆରମ୍ଭ କରି ସୌମ ରାଉତ୍ଙ୍କ ୨୨ବଲରେ ୪୮ରନ୍ ଏବଂ ରାଜେଶ ପହିଙ୍କ୧୫ବଲରେ ୨୫ରନ୍ ସହାୟତାରେ ୧୧.୫ଓଭର ୧୪୭ରନ୍ ୍ କରିପାରି ବିଜୟ ଲାଭ କରିଥିଲେ । ବିପକ୍ଷ ଦଳର ବୋଲର ଲାଦେନ ସାମଲ ୩ଓଭରରେ ୩୧ରନ୍ ଦେଇ ୩ଟି ୱକେଟ ଏବଂ କୌଳାସ ଭାରତୀ ୨ଓଭରରେ ୧୯ରନ୍ ଦେଇ ୧ଟି ୱକେଟ ଅକ୍ତିଆର କରିଥିଲେ । ଆଜିର ଖେଳକୁ ସଂଜୟ ଦାସ, ତରଣୀସେନ ସାମଲ, ମୃତୁଞ୍ଜୟ ବରାଳ, ଶ୍ରୀକାନ୍ତ ଦାସ ପରିଚାଳନା କରିଥିବା ବେଳେ ସତ୍ୟବତ୍ର ବାରିକ, ତାପସ ଦାସ , ସଂଜୟ ଦାସ, ସପ୍ତସାଗର ଦାସ, ରମେଶ ମହାରଣା ପ୍ରମୁଖ ସହଯୋଗ କରିଥିଲେ ।

Related Posts

About The Author

Add Comment