ସୁନ୍ଦରିଆ ପ୍ରିମିୟର ଲିଗ୍ ୪ର୍ଥ ଦିବସ: ସିଂହାପୁରକୁ ହରାଇ ମୁକୁନ୍ଦପୁର ବିଜୟୀ

Spread the love

ଧର୍ମଶାଳା,୧୧/୧(ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ମା ମୋତେଇ ପଡିଆରେ ଚାଲିଥିବା ୨୬ତମ ସୁନ୍ଦରିଆ ପ୍ରିମିୟର ଲିଗ୍ ୪ର୍ଥ ଦିବସ ମ୍ୟାଚ ସିଂହାପୁର ଏବଂ ମୁକୁନ୍ଦପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସିଂହାପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭର ସୁଧା ନିଜର ୭ ୱକେଟ ହରାଇ ୧୭୬ ରନ୍ କରିଥିବା ବେଳେ ଦଳ । ଜବାବରେ ମୁକୁନ୍ଦପୁର ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୧୮.୪ଓଭର ସୁଧା ନିଜର ୪ ୱେକେଟ ହରାଇ ମାତ୍ର ବିଜୟ ହାସଲ କରିଥିଲେ । ଆଜିର ଖେଳରେ ଅତିଥି ଭାବରେ ନିୟୁ ଲାଇଫ ୟୁଥ୍ କ୍ଲବ ପୁର୍ବତନ କ୍ୟାପେଟେନ ପ୍ରଶାନ୍ତ ଦାସ ଯୋଗଦେଇ ମୁକୁନ୍ଦପୁର ଦଳର ଦଳର ବାସୁଦେବଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚନା କରାଯାଇ ଟ୍ରଫି ପ୍ରଦାନ କରିଥିଲେ । ଖେଳକୁ ସୁନିଲ ନାୟକ ଏବଂ ଆଶିଷ ବିଶ୍ୱାଳ ପରିଚାଳନା କରିଥିଲେ । ସଂଜୟ ଦାସ, ସାଗର ସାମଲ, ରମେଶ ମହାରଣା ଖେଳକୁ ପରିଚାଳନା କରିଥିଲେ । ଗତକାଲି ବମ୍ପୁ ଏବଂ ଖଣ୍ଡାସ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ନିୟୁ ଲାଇଫ ୟୁଥ୍ କ୍ଲବ ସଭାପତି ସପ୍ତ ସାଗର ଦାସ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment