ଧର୍ମଶାଳା, ୮/୧(ଆପ୍ର) ଧର୍ମଶାଳା ବ୍ଲକ ଅନ୍ତର୍ଗତ ମା ମୋତେଇ ଖେଳ ପଡିଆରେ ସନ୍ଦରିଆ ପ୍ରିମିୟର ଲିଗ ଉଦଘାଟିତ ହୋଇଯାଇଛି । ଆଜି ଏହାକୁ ମୁଖ୍ୟ ଅତିଥି ଭାବେ ସୁନ୍ଦରିଆ ସରପଂଚ ନିର୍ମଳ କୁମାର ଦାସ, ସମ୍ମାନୀତ ଅତିଥି ଭାବେ ସାମଜସେବୀ ବନମାଳି ସେନାପତି, ରଶ୍ମି ରଂଜନ ପରିଡା, ସାମ୍ବାଦିକ ମାନସ ରାଉତ ପ୍ରମୁଖ ଉପସ୍ଥିତ ରହି ଫିତା କାଟି ଏହାକୁ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ ।
ଆଜିର ପ୍ରଥମ ମଧୁକେଶ୍ୱର କ୍ରିକେଟ ଟିମ୍ ଏବଂ ସିଦ୍ଧ ପାମ୍ପଳେଇ କ୍ରିକେଟ୍ ଟିମ୍ ବମ୍ପୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କଂଟିଗଡିଆ ଟିମ୍ ଟସ ୍ଜିତି ନିର୍ଦ୍ଧାରିତ ୨୦ଓଭରରେ ୮ୱେକେଟ୍ ହରାଇ ୨୪୩ ରନ୍ କରିଥିବା ବେଳେ ଦଳ ପକ୍ଷରୁ ଜେ. କେ.ରାୟ ୪୮ବଲରେ ୮୨ ରନ୍ ଏବଂ ରତିକାନ୍ତ ସ୍ୱାଇଁ ୩୧ ବଲରେ ୬୭ରନ୍ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ପପୁନ ୪ଓଭରରେ ୬୫ ରନ୍ ଦେଇ ୩ଟି ୱକେଟ ଏବଂ ସିପୁନୁ ୪ଓଭରରେ ୩୬ରନ୍ ଦେଇ ୨ଟି ୱକେଟ୍ ଅକ୍ତିଆର କରିଥିଲେ ।
୨୪୪ ରନ୍ର ବିଜୟ ଲକ୍ଷ ନେଇ ବମ୍ପୁ ଦଳ ନିଦ୍ଧାରିତ ୨୦ଓଭରରେ ୮ଟି ୱକେଟ ହରାଇ ୨୦୦ ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲେ । ଦଳ ପକ୍ଷରୁ ଦିପକ ମହାରଣା ୧୬ ବଲରେ ୩୫ ରନ୍ ଏବଂ ପପୁନୁ ୨୧ବଲରେ ୩୫ ରନ୍ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ଅଜିତ ନାୟମ ୪ଓଭରରେ ୩୫ ରନ୍ ଦେଇ ୪ଟି ୱକେଟ୍ ଏବଂ ଦିପକ ନାୟକ ୪ ଓଭରରେ ୩୨ ରନ୍ ଦେଇ ୩ଟି ୱକେଟ ଅକ୍ତିଆର କରିଥିଲେ । ଆଜିର ଖେଳକୁ ସୁଭ୍ରଜିତ ଦାସ ଏବଂ ମୃତ୍ୟୁଞ୍ଜୟ ବରାଳ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଅବିଶେକ ବେହେରା, ରୋନେଶ ନାୟକ ଏବଂ ଖେଳର ଧାରା ବିବରଣୀ ବିଜୟ ଦାସ ଏବଂ ଶ୍ରୀକାନ୍ତ ଦାସ ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ଜେ.କେ.ରାୟଙ୍କ ନିୟୁ ଲାଇଫ ୟୁଥ କ୍ଲବର ପୂର୍ବତନ ସଭ୍ୟ ପ୍ରଶାନ୍ତ ଦାସ ପୁରସ୍କୃତ କରିଥିବା ବେଳେ ସମସ୍ତ ସଭ୍ୟ ସହଯୋଗ କରିଥିଲେ ।