ସୁନ୍ଦରିଆ ପଂଚାୟତରେ ବିଭିନ୍ନ ସରକାରୀ ଯୋଜନା ଅପହଂଚ

Spread the love

ଧର୍ମଶାଳା ୧/୧୦ (ସନ୍ଧାନ ନିୟୁଜ/ପ୍ରଶନ୍ତ ସାମଲ) ; ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରଷ୍କାର ହାତେଇ ଚର୍ଚ୍ଚାରେ ରହିଥିବା ଧର୍ମଶାଳା ବ୍ଲକ୍ ର ସୁନ୍ଦରୀଆ ପଂଚାୟତରେ ବିଭିନ୍ନ ସରକାରୀ ଯୋଜନା ଦିଗହରା ହୋଇପଡିଥିବା ଅଭିଯୋଗ ହୋଇଛି । ଏନେଇ ଲୋକମାନେ ପଂଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ୍ ଓ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଫଳରେ ବିଭିନ୍ନ ସରକାରୀ ସୁବିଧା ସୁଯୋଗକୁ ବଂଚିତ ଦାିତ ଆଦିବାସୀ, ଗରିବ ନଃସହାୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗୋଟିଏ ପଟେ ଏହି ପଂଚାୟତର ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ବିକାଶର ଶୀର୍ଷରେ ପହଂଚିଥିବା ବେଳେ ଅଧିକାେଂଶ ଗରିବ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହି କାଳାତିପାତ କରୁଛନ୍ତି । ଏହି ପଂଚାୟତର ପ୍ରମୁ୍ଖ ସାରୋଇ ଗ୍ରାମରେ ୬ ପ୍ରାଣୀ କୁଟୁମ୍ବକୁ ଡେଇ ସନାତନ ଦେହୁରା ପରିବାର, ଦିନେ ମଜୁରୀ ଖଟିବାକୁ ନଗଲେ ଭାତହାଣ୍ଡି ଚୁଲି ଉପରକୁ ଉଠିପାରେନି, ଛଣ ଛପର ଓ ଜରିଘେରା ଭଙ୍ଗାଦଦରା ଘର, ବିପିଏଲ୍ କାର୍ଡ ଅଛି ହେଲେ ଆବାଶରୁ ବଂଚିତ । ପରିବାରକୁ ରାସନ କାର୍ଡ ମିଳିନ ି । ଦଶରଥ ଦେହୁରି ଙ୍କ ପତ୍ନୀ ଉଦଳୀଙ୍କୁ ପୂର୍ବରୁ ରାସନସାମଗ୍ରୀ ମିଳୁଥିଲା ହେଲେ ଆଧାର କାର୍ଡରେ ତାଙ୍କ ନାମ ଉଦଳୀ ବଦଳରେ ସଜନୀ ହୋଇଯାଇଥିବାରୁ ଡିଲର ତାଙ୍କୁ ଚାଉଳ ଦେବା ବନ୍ଦ କରିଦେଇଛି । ଏପରିକି ଆଧାରକାର୍ଡରେ ତାଙ୍କର ବୟସ ୬୦ ବଦଳରେ ୮ ବର୍ଷ ବୋଲି ଉଲ୍ଲେଖ ରହିଛି । ସେହିପରି ସ୍ୱର୍ଗତ ମାର୍କଣ୍ଡ ଦେହୁରୀଙ୍କ ବିଧବା ପତ୍ନୀ ହୀରା ଦେହୁରୀ ତାଙ୍କ ପୁଅ ଶ୍ରମିକ ସୁଦାମ ଦେହୁରୀ ଛଣ ଛପର ଭଙ୍ଗାଘରେ ରହୁଥିଲେ ମଧ୍ୟ ସେମାନଙ୍କୁ ସରକାରୀ ଆବାସ ମିଳିନି । ଏମାନଙ୍କ ସହ ଗ୍ରାମର ଗଣେଶ୍ୱର ମଲ୍ଲିକ, ନୃସଂହ ଦେହୁରୀ, ଧ୍ରୁବସାମଲ, ଲକ୍ଷ୍ମୀଧର ଦେହୁରୀ, ପ୍ରଫୁଲ୍ଲ ସେଠୀ, ଲକ୍ଷ୍ମୀଧର ମହାନ୍ତି , ହରିସେଠୀ , ମକର ସେଠୀ, ପ୍ରେମାନନ୍ଦ ଦେହୁରୀ, ଡାଙ୍ଗୁଆ ଦେହୁରୀ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ୍, ଅଖି ଦେହୁରୀ, ଗଣିଆ ଦେହୁରୀ, ରଙ୍ଗବତୀ ଦେହୁରୀ, ମନୋଜ କୁମାର ସାହୁ ପ୍ରମୁଖ ବିଭିନ୍ନ ସରକାରୀ ଯୋଜନାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ତେବେ ସମୃଦ୍ଧ ସାରେଇ ଗ୍ରାମରେ ବିକାଶ ଏହି ଓଲଟା ଚିତ୍ର କେବେ ବଦଳିବ ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫତେପୁର ଗ୍ରାମର ଦିନମଜୁରୀଆ ଗୟାଧର ଦେହୁରୀଙ୍କୁ ୬୫ ବର୍ଷ ହୋଇଥବଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତି ବାର୍ଦ୍ଧକ୍ୟ ଭତା ମିଳୁନି । ଦଳିତ ଆଦିବାସୀ ବହୁଳ ଶଣ୍ମପୁର ଗ୍ରାମବାସୀଭ୍କ ପାଇଁ ଯେଜେନା ଅପହଂଚ ହୋଇଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହାର ଏକ ଉଛସ୍ତରୀୟ ତଦନ୍ତ କରି ଆବଶ୍ୟକ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବାକୁ ଧର୍ମଶାଳା ଦଳିତ ସଂଘ ସଭାପତି ହରିହର ମତ୍ଲିକ୍ ଦାବି କରିଛନ୍ତି ।

Related Posts

About The Author

Add Comment