ଧର୍ମଶାଳା, ୧୬/୦୩ (ସନ୍ଧାନ ନିୟୁଜ) ଚଳିତ ବର୍ଷ ଶେଷ ହୋଇଥବା ତ୍ରୀ ସ୍ତରୀୟ ନିର୍ବାଚନରେ ବିଜୟୀ ହୋଇଥିବା ସରପଂଚ ମାନେ ଦାୟିତ୍ୱ ନେଇ ପଂଚାୟତର ବିକାଶରେ ଲାଗିପଡିଲେଣି । ଏହି କ୍ରମରେ ସୁନ୍ଦରିଆ ପଂଚାୟତରେ ନୂତନ ଭାବେ ବିଜୟୀ ହୋଇଥିବା ସରପଂଚ ନିର୍ମଳ ଦାସ ପଂଚାୟତର ଦାୟିତ୍ୱ ନେଇଛନ୍ତି । ଏହି ଦାୟିତ୍ୱ ଗ୍ରହଣ ସଭାରେ ପଂଚାୟତର ବହୁ ବରିଷ୍ଠ ନାଗରିକମାନେ ଉପସ୍ଥିତ ରହି ତାଙ୍କୁ ଫୁଲତୋଡା, ଉପଢ଼ୈାକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଗ୍ରାମପଂଚାୟତକୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ପଂଚାୟତର ସମସ୍ତ ମୁରବୀ ମାନଙ୍କ ଉପଦେଶ ଏବଂ ଯୁବଗୋଷ୍ଠୀଙ୍କ ସହାୟତାରେ ପଂଚାୟତର ସବାଙ୍ଗୀନ ବିକାଶ କରିବେ ବୋଲି ନିର୍ମଳ ଦାସ ପ୍ରକାଶ କରିଛନ୍ତି । ଏହି ଶପଥ ଗ୍ରହଣ ଏବଂ ସ୍ୱାଗତ ଉତ୍ସବ କାର୍ଯ୍ୟକ୍ରମରେ ପଂଚାୟତର ସୁର୍ଯ୍ୟମଣି ଦାସ, ଶରତ କୁମାର ଦାସ, ରଶ୍ମିରଂଜନ ପରିଡା, ଅମୂଲ୍ୟ ବାରିକ, ଗୋପାଳ ଖିଲାର, ପଂଚାନନ ଜେନା, ଦୁଃଶାସନ ସେଠୀ, ପ୍ରଶାନ୍ତ ଦାସ, ଶ୍ରୀଧର ସ୍ୱାଇଁ, ହେମନ୍ତ ଜେନା ସମେତ ବହୁ ବଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ । ସେହିପରି ନେଉଳପୁର ପଂଚାୟତରେ ନଜମୁନ ବେଗମ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ଏକ ସଭାରେ ପୂର୍ବତନ ସରପଂଚ ନାରାୟଣ ନାୟକ ସଭାପତିତ୍ୱ କରିଥିବା ବେଳେ ଶିଶୁ ସାହିତ୍ୟିକ ଡକ୍ଟର ପ୍ରିୟନାଥ ମହାପାତ୍ର, ବିଶ୍ୱବିନ୍ଦିତା ଜେନା, ଶିକ୍ଷାବିତ ଫକିର ଚରଣ ସାହୁ, ସମିତସଭ୍ୟ ନିରୁପମା ବାରିକ, ପୂବତନ ସରପଂଚ ମହମ୍ମଦ ତରିକିଉଦ୍ଧିନ, ସମାଜସେବୀ ପରମବୀର ସିଂହ, ଉଦୟନାଥ ସାହୁ, ସେକ ସକାୱତ, ପଂଚାନନ ରାଉତ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହାକୁ ଉନେତ୍ଖାବ୍ ଆଲମ ଏବଂ ସମସୁଲ ଖାଁ ପରିଚାଳନା କରିଥିଲେ । ନୂତନ ସରପଂଚଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀ ବନବିହାରୀ ଦାସ ଦାୟିତ୍ୱ ହସ୍ତାନ୍ତର ଏବଂ ଶପଥ ପାଠ କରାଇଥିଲେ ।
ସୁନ୍ଦରିଆ ପଂଚାୟତରେ ଦାୟିତ୍ୱ ନେଲେ ନୂତନ ସରପଂଚ ନିର୍ମଳ ଦାସ, ନେଉଳପୁରରେ ନଜମୁନ ବେଗମ
|
March 16, 2022 |