ସୁନ୍ଦରଗଡ ସହରରେ ୧୮ ରୁ ୪୪ ବର୍ଷର ଲୋକଙ୍କୁ ଟୀକା କରଣ ଆରମ୍ଭ

Spread the love
ସୁନ୍ଦରଗଡ, ୭/୬/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ସୁନ୍ଦରଗଡ ଜିଲ୍ଲାରେ ଆଜି କୋଓଇନ ଜରିଆରେ ସ୍ଲଟ ପାଇଥିବା ୧୮ ରୁ ୪୪ ବର୍ଷର ଲୋକଙ୍କୁ ଟୀକାକରଣ ଆରମ୍ଭ ହୋଇଯାଇଛି ।ଏହି ଟୀକାକରଣ ଜିଲ୍ଲାର ଦୁଇଟି ଜାଗାରେ ଉପଲବ୍ଧ କରାଯାଇଛି ପ୍ରଥମତଃ  ଜିଲ୍ଲା କୋବିଡ଼ ହସ୍ପିଟାଲ ଓ ଦ୍ଵିତୀୟରେ ଜିଲ୍ଲା ମହିଳା ମହାବିଦ୍ୟାଳୟରେ ଟୀକାକରଣ କରାଯିବ ।ଏହି ସ୍ଥାନ ମାନଙ୍କ ରେ ଲୋକଙ୍କ ମାନଙ୍କ ପାଇଁ  ସାମାଜିକ ଦୂରତା ରକ୍ଷା କରିବା ପାଇଁ ବ୍ୟାପକ ବ୍ୟବସ୍ଥାର ସୁବିଧା କରାଯିବା ସହିତ ଅପେକ୍ଷା କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । କୌଣସି ପ୍ରକାରର ଅସୁବିଧା ନ ହେବା ପାଇଁ ପ୍ରଶାସନ ତରଫରୁ ସମସ୍ତଙ୍କୁ ସଚେତନ କରାଇବା ସହିତ ଶାନ୍ତି ଶୃଙ୍ଖଳାର ସମସ୍ତ କାର୍ଯନୁଷ୍ଠାନ ଗ୍ରହଣ କରସଯାଇଛି । ଦିନକୁ ୩୫୦୦ଲେଖାଏଁ ସ୍ଲଟ ରଖିଥିବା ଚିକିତ୍ସା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିବା ସହିତ ଆଉ ଭେକ୍ସିଂନର ଉପଲବ୍ଧ  ହେଲେ ତାହା ରୀତିମତ ଭାବେ ଟୀକାକରଣ ହେବାର ସୂଚନା ମିଳିଛି । ଆଜି ପାଇଁ ୫୦୦୦ ଭେକ୍ସିଂନ ମହଜୁଦ ଥିବାର ସୂଚନା ଦେବା ସହିତ ସନ୍ଧ୍ୟା ୫ଟା ରୁ ୬ଟା ପର୍ଯନ୍ତ ଟୀକାକରଣ ଚାଲିବାର ସୂଚନା ଦେଇଛନ୍ତି ।

Related Posts

About The Author

Add Comment