ସୁନ୍ଦରଗଡ ଲକ୍ଷେ ଘର ସମାଜ କମିଟି ଜଣେ କର୍କଟ ରୋଗୀ ମାଆ ଙ୍କୁ ସହାୟତାର ହାତ ବଢାଇଲେ

Spread the love

ସୁନ୍ଦରଗଡ଼ ତା:୧୧-0୮-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଆଜିର ଦିନରେ କାହାରି କିଛି ଅସୁବିଧା ଥିଲେ ସହଯୋଗ ର ହାତ ବଢ଼ାଇବାରେ ସମସ୍ତେ ପଛାଇ ଥାନ୍ତି l ଏପରି ପରିସ୍ଥିତିରେ ସୁନ୍ଦରଗଡ ଲକ୍ଷେ ଘର ସମାଜ କମିଟି ଜଣେ ମାଆ ର ଦୁଃଖ ଦେଖି ତାଙ୍କୁ ସହାୟତାର ହାତ ବଢ଼ାଇଥିବା ଜଣାପଡିଛି ।ସୂଚନା ଅନୁସାରେ ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ରାଉଲଡେଗା ଗ୍ରାମରର ସୁରେଶ ଅର୍ଗାଳ(୪୫ ବର୍ଷ) ନାମକ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କୁ ଓ ତାଙ୍କ ପରିବାରଙ୍କୁ ଆଜି ପର୍ଯ୍ୟନ୍ତ ସରକାର ତାଙ୍କୁ କୌଣସି ମୌଳିକ ସୁବିଧାର ଅନ୍ତର୍ଭୁକ୍ତ କରି ନ ଥିବା ସୂଚନା ରହିଛି । ତାଙ୍କର ସ୍ତ୍ରୀ କୁମାରୀ ଅର୍ଗାଳ(୪୦ବର୍ଷ) କିଛି ବର୍ଷ ହେଲା ଗର୍ଭାଶୟ କର୍କଟ ରୋଗରେ ପୀଡିତ ଅଛନ୍ତି l ସ୍ତ୍ରୀ ଙ୍କ ଚିକିତ୍ସାରେ ତାଙ୍କର ସମସ୍ତ ଅର୍ଥ ଶେଷ ହୋଇଯିବା ସହିତ ସେ ସର୍ବହରା ହୋଇ ପଡିଥିବା ବେଳେ ଆଉ କୌଣସି ଉପାୟ ନ ପାଇ ଶେଷରେ ଲକ୍ଷେ ଘର ସମାଜ ର ପଂଚାୟତ କମିଟି, ବ୍ଲକ କମିଟି ତଥା ଜିଲ୍ଲା କମିଟି କୁ ଦରଖାସ୍ତ ମାଧ୍ୟମ ରେ ଜଣାଇବାରୁ ତାଙ୍କୁ ଜିଲ୍ଲାର ସବୁ କମିଟି ମିଶି ସହାୟତାର ହାତ ବଢ଼ାଇଥିଲେ ।ଲକ୍ଷେ ଘର ସମାଜ କମିଟି ପକ୍ଷରୁ ପୀଡ଼ିତାଙ୍କ ବାସଗୃହ ରାଉଳଡେଗା କୁ ଯାଇ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଆଗାମୀ ଦିନରେ ମଧ୍ୟ କମିଟି ତାଙ୍କ ଅସୁବିଧାରେ ସହଯୋଗ କରିବ ବୋଲି ଜଣାଇଥିଲେ । କମିଟି ସଦସ୍ୟଙ୍କୁ ପରିବାର ତରଫରୁ ଅଶେଷ ଧନ୍ୟବାଦ୍ ଜଣାଇଥିଲେ ।

Related Posts

About The Author

Add Comment