ସୁନ୍ଦରଗଡ ରେ କାଳବୈଶାଖୀ ର ପ୍ରଭାବ, କ୍ଷତିଗ୍ରସ୍ତ ହେଲେ ଅନେକ ପରିବାର ,ପରିଦର୍ଶନ କଲେ ଉପବାଚସ୍ପତି
ସୁନ୍ଦରଗଡ ତା:୨୩/୩/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଗତକାଲି ସୁନ୍ଦରଗଡ ଜିଲ୍ଲାର କେତେକ ଅଞ୍ଚଳରେ କାଳ ବୈଶାଖୀ ର ପ୍ରଭାବ ଦେଖିବାକୁ ମିଳିଥିଲା । ସବଡେଗା ବ୍ଲକର ଟାଙ୍ଗ ଗାଁ ଓ ବଡ ଗାଁ ବ୍ଲକ ଲାକ୍ରାଘରା,କକେରମା,ଯୁନାପଡା ଅଞ୍ଚଳରେ ବହୁଳ ପରିମାଣରେ କ୍ଷତି ହୋଇଥିବା ସୂତ୍ରରୁ ପ୍ରକାଶ ।ସୂଚନା ଅନୁସାରେ ବଡ ଗାଁ ବ୍ଲକ ର ଏହି ଉପାନ୍ତ ଅଞ୍ଚଳ ରେ ପ୍ରାୟ ୭୦୦ ରୁ ଅଧିକ ଘର୍ କ୍ଷତି ହେଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ଏହି କ୍ରମରେ ତଳସରା ବିଧାୟକ ତଥା ଉପ ବାଚସ୍ପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ମହୋଦୟ ଆସି ସମସ୍ତ ଅଞ୍ଚଳ ବୁଲି ଲୋକଙ୍କ ଅସୁବିଧା ବିଷୟରେ ବୁଝି ତାର ଉଚିତ୍ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
ସୁନ୍ଦରଗଡ ରେ କାଳବୈଶାଖୀ ର ପ୍ରଭାବ, କ୍ଷତିଗ୍ରସ୍ତ ହେଲେ ଅନେକ ପରିବାର ,ପରିଦର୍ଶନ କଲେ ଉପବାଚସ୍ପତି
|
March 23, 2025 |
