ସୁନ୍ଦରଗଡ , ୨୮/୩/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ ) ଓଡିଶା ବାର ଏସୋସିଏସନ ନିର୍ଦ୍ଦେଶ କ୍ରମେ ସୁନ୍ଦରଗଡ ବାର ଏସୋସିଏସ ରେ ନିର୍ବାଚନ ହୋଇଥିଲା । ସୁନ୍ଦରଗଡ ନିର୍ବାଚନ ଅଧିକାରୀ ଭାବେ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଟେଲ ଦାଇତ୍ୱ ତୁଲାଇଥିଲେ । ଏହି ନିର୍ବାଚନ ସମସ୍ତ ଆଚରଣ ବିଧିକୁ ସମ୍ମାଦେଇ ହୋଇଥିଲା । ଏହି ନିର୍ବାଚନରେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ନରେଶ କୁମାର ନାଏକ ଉପସଭାପତି,ପ୍ରଣବକୁମାରହାତୀ ଯୁଗ୍ମସମ୍ପାଦକ ,ରବୀନ୍ଦ୍ରକୁମାରମାଲି ନିର୍ଦ୍ୱନ୍ଦରେ ମନୋନୀତ ହୋଇଥିଲେ । ଏଗଜୁକେଟିଭ ସଦସ୍ୟ ଭାବେ ସତ୍ୟଜିତ ନାଏକ, ପ୍ରେମକୁମାର,ସତ୍ୟଜିତ ପଣ୍ଡା,ଗୌତମକୁମାର ହାତୀ ଓ ଏମ.ଡି ସଲିମ ମନୋନୀତ ହୋଇଥିଲେ । ସଭାପତି ଓ ସମ୍ପାଦକ ପାଇଁ ୧୫୩ ଖଣ୍ଡ ଭୋଟ ପଡିଥିଲା । ସଭାପତି ପଦ ପାଇଁ ୩ ଜଣ ପ୍ରାର୍ଥୀ ଥିଲେ ସେଠି ମଧ୍ୟରୁ ଶ୍ରୀଯୁକ୍ତ ସୁକାନ୍ତ ମହାପାତ୍ରଙ୍କ ସପକ୍ଷରେ ୭୭ଖଣ୍ଡ ,କମାଲସେନଙ୍କ ସପକ୍ଷରେ ୭୨ଖଣ୍ଡ ଓ ଅନ୍ୟଜଣଙ୍କ ସପକ୍ଷରେ ମାତ୍ର ୩ଖଣ୍ଡ ଭୋଟ ପଡିଥିଲା । ସୁକାନ୍ତ ମହାପାତ୍ର ନିଜର ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ମାତ୍ର ୫ଖଣ୍ଡ ଭୋଟରେ ବିଜୟ ହୋଇଥିଲେ । ସେହିପରି ସମ୍ପାଦକ ନିର୍ବାଚନରେ ଅଶୋକ କୁମାର ସ୍ଵାଇଁଙ୍କ ସପକ୍ଷରେ ୧୨୪ଖଣ୍ଡ ମତଦାନ ହୋଇଥିବା ବେଳେ ରାଜେଶ ଟପ୍ପୋଙ୍କ ସପକ୍ଷରେ ୨୮ ଖଣ୍ଡ ଭୋଟ ମତଦାନ ହୋଇଥିଲା । ଅଶୋକ କୁମାର ସ୍ୱାଇଁ ତାଙ୍କ ପ୍ରତିଦ୍ବନ୍ଦିଙ୍କ ଠାରୁ ୯୬ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ।
ସୁନ୍ଦରଗଡ ବାର ନିର୍ବାଚନ: ସୁକାନ୍ତ ମହାପାତ୍ର ସଭାପତିରେ ବିଜୟୀ
|
March 28, 2021 |