ରାଉରକେଲା, ୨୧/୧୨ (ସନ୍ଧାନ ନିଉଜ) : ଆଜି ପୌରନିଗମ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସୁନ୍ଦରଗଡ ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଏମ୍ମା ଏକ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ା ଏହି ବୈଠକରେ ଶ୍ରୀଯୁକ୍ତ ଜୁଏଲ ଓରାମ, ମାନ୍ୟବର ସାଂସଦ, ସୁନ୍ଦରଗଡ ଲୋକସଭା, ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ, ସୁନ୍ଦରଗଡ, ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ବଣେଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବୀରମିତ୍ରପୁରବିଧାୟକ ଶଙ୍କର ଓରାମ, ରାଜଗାଙ୍ଗପୁର ବିଧାୟକ ଡ.ରାଜନ ଏକ୍କା, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କାଶୀନାଥ ରାଉତ, ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ସଦର ବିଧାୟକଙ୍କ ପ୍ରତିନିଧି ସୁରେନ୍ଦ୍ର ସ୍ୱର୍ଣ୍ଣକାର, ସୁନ୍ଦରଗଡ ପିଡି ଡିଆର୍ଡିଏ ଭୈରବ ସିଂ ପଟେଲ ପ୍ରମୁଖ ମଂଚାସୀନ ଥିଲେ ା ବୈଠକରେ ବିଶେଷ କରି ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବେସାମରିକ ଯୋଗାଣ, ଜଳସେଚନ ଓ ପୂର୍ତ ବିଭାଗର କାର୍ଯ୍ୟକାରିତା ତଥା ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ା ବୈଠକର ପ୍ରାରମ୍ଭରେ ଅଧ୍ୟକ୍ଷା ଉପସ୍ଥିତ ସମସ୍ତ ସଭ୍ୟ, ସଭ୍ୟା, ଅଧିକାରୀ ବୃନ୍ଦଙ୍କୁ ବଡଦିନ ତଥା ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ ା ଏଥିସହ ଜିଲ୍ଲାରେ ଥିବା ମିଶନ ସ୍କୁଲ
ଗୁଡିକରେ ପିଲାମାନଙ୍କୁ ପାଠ୍ୟୋପକରଣ ପ୍ରଦାନ କରାଯାଉଥିବା ବେଳେ ପୋଷାକ ଦିଆଯାଉନଥିବାରୁ ଏନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଏମ୍ମା ଏକ୍କା ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ ା
ସୁନ୍ଦରଗଡ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ଅସମ୍ପୂର୍ଣ୍ଣ କାର୍ଯ୍ୟ ତ୍ୱରାନ୍ୱିତ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ
|
December 21, 2019 |