ସୁନ୍ଦରଗଡ ଜିଲ୍ଲାରେ ବର୍ଦ୍ଧିତ ଭତ୍ତାର ଶୁଭାରମ୍ଭ କଲେ ମାନ୍ୟବର ଉପବାଚସ୍ପତି
ସୁନ୍ଦରଗଡ ତା:୧୭/୧/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲାର ସଂସ୍କୃତି ଭବନ ପ୍ରାଙ୍ଗଣରେ ବୃଦ୍ଧାମାନଙ୍କ ବର୍ଦ୍ଧିତ ଭତ୍ତାର ଶୁଭାରମ୍ଭ ହୋଇଯାଇଛି ।ଏଥିରେ ଓଡ଼ିଶାବିଧାନ ସଭାର ଉପବାଚସ୍ପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିରୁପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ସହିତ ପୌର ପରିଷଦ ଅଧକ୍ଷା ତନୟା ମିଶ୍ର ଯୋଗଦେଇଥିଲେ । ସୂଚନା ଅନୁସାରେ ଯାହାର ଶତକଡା ୮୦ଭିନ୍ନକ୍ଷମ ରହିଛନ୍ତି ଓ ୮୦ ବର୍ଷ ରୁ ଉର୍ଦ୍ଧଙ୍କୁ ସରକାର ୩୫୦୦ ଟଙ୍କା ଦେବାର ସ୍ଥିର କ ତାର ଶୁଭାରମ୍ଭ ହୋଇଥିବା ଜଣା ପଡ଼ିଛି । ଏହି କ୍ରମରେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଏହାର ଚିତ୍ର ଦେଖିବାକୁ ମିଳିଛି ।ଜିଲ୍ଲାର ପ୍ରାୟେକ ପଞ୍ଚାୟତ ରୁ ରାଜ୍ୟ ସରକାର ସହିତ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ୍ ଦେଇଥିବା ସୁଚନା ରହିଛି ।
ସୁନ୍ଦରଗଡ ଜିଲ୍ଲାରେ ବର୍ଦ୍ଧିତ ଭତ୍ତାର ଶୁଭାରମ୍ଭ କଲେ ମାନ୍ୟବର ଉପବାଚସ୍ପତି
|
January 18, 2025 |